‘ଛୁଆ ହେଉ ନଥିଲେ ମୋ ପାଖକୁ ଆସନ୍ତୁ’ Sperm ବାଣ୍ଟି ବାଣ୍ଟି 100 ଛୁଆର ବାପା ହେଲେଣି ଏହି ବ୍ୟକ୍ତି
ଆମେରିକାର ଜଣେ ବ୍ୟକ୍ତି 32 ବର୍ଷର 100 ଛୁଆର ବାପା ହୋଇଛନ୍ତି । ଜାଣନ୍ତୁ ଏହା କିପରି ସମ୍ଭବ ।
ନୂଆଦିଲ୍ଲୀ: ଆମେରିକାର 32 ବର୍ଷୀୟ କାଇଲ ଗୋର୍ଡି ଏପର୍ଯ୍ୟନ୍ତ 100 ପିଲାଙ୍କ ପିତା ହୋଇସାରିଛନ୍ତି। ଏହା ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ମଧ୍ୟ ସମ୍ପୁର୍ଣ୍ଣ ତଥ୍ୟ । ଏତେ ଛୁଆ ଜନ୍ମ କରି ବର୍ତ୍ତମାନ ସେ ଗିନିଜ ରେକର୍ଡ ଆଡକୁ ଗତି କରୁଛନ୍ତି ।
କାଇଲ ଗୋର୍ଡି ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଶୁକ୍ରାଣୁ ଦାତା। ଏପର୍ଯ୍ୟନ୍ତ ସେ ସାରା ବିଶ୍ୱରେ 87 ଜଣ ପିଲାଙ୍କ ଜୈବିକ ପିତା ହୋଇସାରିଛନ୍ତି । ତେବେ ଖୁବଶୀଘ୍ର ଏହି ସଂଖ୍ୟା 100ରେ ପହଞ୍ଚିବାକୁ ଯାଉଛି । ତେବେ ତାଙ୍କ ଭଳି ବିଶ୍ବର ଆଉ ତିନୋଟି ବ୍ୟକ୍ତି ମଧ୍ୟ ରହିଛନ୍ତି । ଏହାପରେ ମଧ୍ୟ ସେ ସ୍ପର୍ମ ଡୋନେଟ କରିବେ ବୋଲ କହିଛନ୍ତି ।
ବାପା ହେଲା ପରେ ଖୁସି ଲାଗେ-ଏତେ ସଂଖ୍ୟକ ପିଲାଙ୍କ ପିତା ହେବା ଏକ ସୁନ୍ଦର ଅଭିଜ୍ଞତା। ଯେଉଁମାନେ ଭାବିଥିଲେ ଯେ, ସେମାନଙ୍କର ପରିବାର କେବେ ଆଗକୁ ବଢିବ ନାହିଁ, ମୁଁ ସେମାନଙ୍କୁ ଏକ ଛୁଆ ଦେଇ ଖୁବ ଖୁସି ।
ଜନସଂଖ୍ୟା ବୃଦ୍ଧି କରିବା କିମ୍ବା ଏପରି କିଛି ରେକର୍ଡ କରିବା ଲକ୍ଷ୍ୟ ରଖି ଏଭଳି କରୁନାହିଁ । ମହିଳାଙ୍କୁ ଯେତେଦିନ ପର୍ଯ୍ୟନ୍ତ ମୋର ଆବଶ୍ୟକତା ପଡିବ ମୁଁ କରିବି ବୋଲି କହିଛନ୍ତି ବ୍ୟକ୍ତି ।
ମୁକ୍ତ ସେବା ପ୍ରଗାନ କରନ୍ତି କାଇଲ- କାଇଲ୍ ‘ବି ପ୍ରେଗନେଣ୍ଟ ନାଓ ନାମକ ଏକ ୱେବସାଇଟ୍ ମାଧ୍ୟମରେ ମାଗଣାରେ ତାଙ୍କର ସେବା ପ୍ରଦାନ କରୁଛନ୍ତି । ବର୍ତ୍ତମାନ ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ସ୍ୱିଡେନ ଏବଂ ନରୱେରେ 14 ଶିଶୁର ବାପା ହେବାକୁ ଯାଉଛନ୍ତି । ବର୍ତ୍ତମାନ ସୋ ସୋସିଆଲ ମିଡିଆରେ ଚର୍ଚ୍ଚାର ସିରୋନାମାରେ ରହିଛନ୍ତି ।