fbpx

ୱାର୍ଲି ହିଟ୍ ଆଣ୍ଡ ରନ୍ ମାମଲା: ଗିରଫ ହେଲା ଅଭିଯୁକ୍ତ ମିହିର ଶାହ, ମା’ ଓ ଭଉଣୀଙ୍କୁ ଅଟକ

ନୂଆଦିଲ୍ଲୀ: ୱାର୍ଲି ହିଟ୍ ଆଣ୍ଡ ରନ୍ ମାମଲାର ଅଭିଯୁକ୍ତ ମିହିର ଶାହଙ୍କୁ ଗିରଫ କରାଯାଇଛି । ମଙ୍ଗଳବାର ତାଙ୍କୁ ବିରାରରୁ ଗିରଫ କରାଯାଇଛି । ତାଙ୍କ ମା’ ଓ ଭଉଣୀଙ୍କୁ ଶାହପୁରରୁ ଅଟକ ରଖାଯାଇଛି । ମିହିରଙ୍କୁ ଧରିବା ପାଇଁ ମୁମ୍ବାଇ ପୋଲିସର ୧୪ଟି ଟିମ୍ ମୁତୟନ କରାଯାଇଥିଲା । ମୁମ୍ବାଇରେ ରହୁଥିବା ପ୍ରଦୀପ ନଖୱା ଏବଂ ତାଙ୍କ ପତ୍ନୀ କାବେରୀ ନଖୱା ରବିବାର ସକାଳେ ସସୁନ ପୋଷ୍ଟ ଦେଇ ଓର୍ଲିସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ମିହିର ଶାହାଙ୍କ ବିଏମଡବ୍ଲୁ କାର୍ ସେମାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା ।

ଏଥିରେ କାବେରୀ ନଖୱାଙ୍କ ମୃତ୍ୟୁ ଘଟିଥିଲା । ମୃତ କାବେରୀଙ୍କ ସ୍ୱାମୀ ପ୍ରଦୀପ ନଖୱା ଆହୁରି କହିଛନ୍ତି, “ସେହି ବାଳକ କାର୍ ଚଳାଉଥିଲା । କାର୍ ରେ ଦୁଇ ଜଣ ଥିଲେ । ଡ୍ରାଇଭର ଓ ଜଣେ ବ୍ୟକ୍ତି ତାଙ୍କ ପାଖରେ ବସିଥିଲେ । ସେ କାର୍ କୁ ଅଟକାଇ ନଥିଲେ । ପ୍ରଦୀପ ନଖୱା କହିଛନ୍ତି, ଆମେ ତାଙ୍କ କାର୍ ର ବୋନେଟ୍ ଉପରେ ପଡ଼ିଯାଇଥିଲୁ । ଆମେ ତାଙ୍କୁ ଅଟକିବାକୁ କହିଥିଲୁ କିନ୍ତୁ ସେ ସି ଲିଙ୍କକୁ ଯାଇଥିଲେ।  ମୋ ପତ୍ନୀ ଏବେ ଆଉ ଫେରିବେ ନାହିଁ । ଅଭିଯୁକ୍ତଙ୍କୁ ଦଣ୍ଡ ମିଳିବା ଦରକାର ।

Get real time updates directly on you device, subscribe now.