fbpx
BSKY SKY
BSKY SKY

ସରିଲା WPLର ମିନି ଅକ୍ସନ: ଦେଖନ୍ତୁ କେଉଁ ଦଳରେ କେଉଁ ଖେଳାଳି ହେଲେ ସାମିଲ?

BSKY

ନୂଆଦିଲ୍ଲୀ: ୨୦୨୪ ମହିଳା ପ୍ରମିୟର ଲିଗ ପାଇଁ ଶେଷ ହୋଇଛି ମିନି ଅକ୍ସନ ଶେଷ ହୋଇଛି । ଏହି ନିଲାମୀ ପ୍ରକ୍ରିୟାରେ ଭାରତର ଅନ୍ କ୍ୟାପ୍ଡ ପ୍ଲେୟାର କାଶ୍ୱୀ ଗୌତମ ଇତିହାସ ସୃଷ୍ଟି କରିଛନ୍ତି । ଇତିହାସରେ ସବୁଠାରୁ ଦାମୀ ଅନ୍ କ୍ୟାପ୍ଡ ଖେଳାଳି ଭାବରେ ବିକ୍ରି ହୋଇଛନ୍ତି ଗୌତମ । ଆଗାମୀ ସିଜନ ପାଇଁ ଗୁଜୁରାଟ ଜିଆଣ୍ଟସ କାଶ୍ୱୀ ଗୌତମଙ୍କୁ ୨ କୋଟି ଟଙ୍କା ବିନିମୟରେ ଦଳରେ ସାମିଲ କରିଛି । ଏହା ସହିତ ଗୌତମ ଲିଗ ଇତିହାସରେ ସବୁଠୁ ମହଙ୍ଗା ଅନକ୍ୟାପ୍ଡ କେଳାଳି ଭାବରେ ଇତିହାସ ସୃଷ୍ଟି କରିଛନ୍ତି ।

ତେବେ ଆଗାମୀ ସିଜନ ପାଇଁ ନିଲାମର ପ୍ରଥମ ଖେଳାଳି ଭାବରେ ଫୋଏବି ଲିଚଫିଲ୍ଡ ବିକ୍ରି ହୋଇଛନ୍ତି । ଗୁଜୁରାଟ ଜିଆଣ୍ଟସ ଅଷ୍ଟ୍ରେଲିଆର ଏହି ଷ୍ଟାରଙ୍କୁ ୧ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ଏହାବ୍ୟତୀତ ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଏନାବୋଲ ସଦରଲାଣ୍ଡ ଲିଗର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ୨ କୋଟି ଟଙ୍କା ବିନିମୟରେ ସଦରଲାଣ୍ଡଙ୍କୁ ଦଳରେ ସାମିଲ କରିଛି । ଶ୍ରୀଲଙ୍କାର ଅଧିନାୟକ ଚାମାରି ଆଥାପାଥୁ ଏବଂ ୱେଷ୍ଟଇଣ୍ଡିଜର ଦେନ୍ଦ୍ରା ଡଟିନ୍ ନିଲାମରେ ବିକ୍ରି ନ ହେବା ଏକ ବଡ଼ ଆଶ୍ଚର୍ୟ୍ୟର ବିଷୟ। ଏହାବ୍ୟତୀତ ବୃନ୍ଦା ଦିନେଶ ଦ୍ୱିତୀୟ ମହଙ୍ଗା(୧.୩ କୋଟି) ଅନକ୍ୟାପ୍ଡ ଖେଳାଳି ଭାବରେ ୟୁପି ୱାରିୟରର୍ସ ସହ ଯୋଡ଼ି ହୋଇଛନ୍ତି ।

କେଉଁ ଦଳରେ ସାମିଲ ହେଲେ କେଉଁ ଖେଳାଳି?

ୟୁପି ୱାରିଅର୍ଜ୍ : ବୃନ୍ଦା ଦୀନେଶ- ୧.୩ କୋଟି, ଡାନିଏଲ ୱାୟଟ୍- ୩୦ ଲକ୍ଷ, ଗୌହର୍ ସୁଲତାନା- ୩୦ ଲକ୍ଷ, ପୁନାମ୍ ଖେମନାର୍- ୧୦ ଲକ୍ଷ ଏବଂ ସାଇମା ଠାକୁର- ୧୦ ଲକ୍ଷ

ମୁମ୍ବାଇ ଇଣ୍ଡିଆନ୍ସ: ଶବନିମ ଇସମାଇଲ – ୧.୨୦ କୋଟି, ଅମନଦୀପ କୌର- ୧୦ ଲକ୍ଷ, ଏସ. ସଞ୍ଜନା- ୧୫ ଲକ୍ଷ, ଫାତିମା ଜାଫର – ୧୦ ଲକ୍ଷ, କିରଥାନା ବାଲାକ୍ରିଷ୍ଣନ୍ – ୧୦ ଲକ୍ଷ

ଗୁଜୁରାଟ ଜିଆଣ୍ଟସ: ଫୋବି ଲିଚଫିଲ୍ଡ – ୧କୋଟି, ମେଘନା ସିଂ – ୩୦ ଲକ୍ଷ, ତ୍ରିଶା ପୂଜିତା – ୧୦ ଲକ୍ଷ, କାଶ୍ୱୀ ଗୌତମ – ୨ କୋଟି, ପ୍ରିୟା ମିଶ୍ର – ୨୦ ଲକ୍ଷ, ଲରେନ୍ ଚିଟଲ୍ – ୩୦ ଲକ୍ଷ, କ୍ୟାଥ୍ରିନ୍ ବ୍ରାଇସ୍ – ୧୦ ଲକ୍ଷ, ମନ୍ନତ କାଶ୍ୟପ – ୧୦ ଲକ୍ଷ, ବେଦ କୃଷ୍ଣମୂର୍ତ୍ତି – ୩୦ ଲକ୍ଷ, ତାରନମ୍ ପଠାନ୍ – ୧୦ ଲକ୍ଷ

Image

ଦିଲ୍ଲୀ କ୍ୟାପିଟାଲ୍ସ: ଏନାବେଲ ସଦରଲାଣ୍ଡ -୨ କୋଟି, ଅପର୍ଣ୍ଣା ମଣ୍ଡଳ – ୧୦ ଲକ୍ଷ, ଅଶ୍ୱନୀ କୁମାରୀ- ୧୦ ଲକ୍ଷ

ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର: ଜର୍ଜିଆ ୱାରେହମ୍- ୪୦ ଲକ୍ଷ, କେଟ୍ କ୍ରସ୍- ୩୦ ଲକ୍ଷ, ଏକତା ବିଶ୍- ୬୦ ଲକ୍ଷ, ଶୁଭ ସତୀଶ- ୧୦ ଲକ୍ଷ), ଏସ. ମେଘନା- ୩୦ ଲକ୍ଷ, ସିମରନ୍ ବାହାଦୂର- ୩୦ ଲକ୍ଷ, ସୋଫି ମୋଲିନେକ୍ସ- ୩୦ ଲକ୍ଷ

Get real time updates directly on you device, subscribe now.