fbpx
BSKY SKY
BSKY SKY

ଆୟୁଷ୍ମାନ କାର୍ଡ ସହିତ ଆପଣ କେଉଁଠାରେ ମାଗଣା ଚିକିତ୍ସା କରାଇପାରିବେ ? ଜାଣନ୍ତୁ

BSKY

ନୂଆଦିଲ୍ଲୀ: ସରକାର ଅନେକ ଯୋଜନା ଆଣିଛନ୍ତି, ଯାହାର ସିଧା ଫାଇଦା ସାଧାରଣ ଲୋକଙ୍କୁ ମିଳିଥାଏ । ଆର୍ôଥକ ସଙ୍କଟରେ ପୀଡିତ ଲୋକମାନେ ସେହି ଯୋଜନାଗୁଡିକରୁ ସବୁଠାରୁ ବଡ ଆରାମ ପାଆନ୍ତି । ସରକାର ଏଭଳି ଯୋଜନା ଆଣିବାକୁ ଚେଷ୍ଟା କରୁଛନ୍ତି ଯାହା ଦ୍ୱାରା ଏହାର ସୁବିଧା ଯଥାସମ୍ଭବ ଲୋକଙ୍କ ନିକଟରେ ପହଞ୍ଚିବ ।

ସେହି ଯୋଜନାଗୁଡିକ ମଧ୍ୟରୁ ଗୋଟିଏର ନାମ ହେଉଛି ଆୟୁଷ୍ମାନ କାର୍ଡ ଯୋଜନା, ଏହି ଯୋଜନା ଆର୍ôଥକ ସଙ୍କଟରେ ପୀଡିତ ଲୋକଙ୍କ ପାଇଁ ଏକ ବରଦାନ ସଦୃଶ । ଏହି ଯୋଜନା ମାଧ୍ୟମରେ ଯେଉଁମାନେ ଆର୍ôଥକ ଦୃଷ୍ଟିରୁ ଦୁର୍ବଳ, ସେମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହଜରେ ଚିକିତ୍ସା ପାଇପାରିବେ । ଏଭଳି ପରିସ୍ଥିତିରେ ଏହି କାର୍ଡ ମାଧ୍ୟମରେ କେଉଁ ରୋଗର ଚିକିତ୍ସା କରାଯାଇପାରିବ ଏବଂ କେଉଁଠାରେ ଚିକିତ୍ସା କରାଯାଇପାରିବ ସେ ସମ୍ବନ୍ଧରେ ସୂଚନା ରହିବା ଉଚିତ୍ ।

ଚିକିତ୍ସା କେଉଁଠୁ ପାଇବେ?
ଯଦି ଜଣେ ଗରିବ ଲୋକଙ୍କର ଆୟୁଷ୍ମାନ କାର୍ଡ ଅଛି ତେବେ ସେ ଦେଶର ସମସ୍ତ ସରକାରୀ ଡାକ୍ତରଖାନା ଏବଂ କେତେକ ତାଲିକାଭୁକ୍ତ ଡାକ୍ତରଖାନାରେ ଚିକିତ୍ସିତ ହୋଇପାରିବେ । ଏଥିରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା କରାଇବାକୁ ସୁବିଧା ମିଳିଥାଏ । ଏଥିରେ କରୋନା, କର୍କଟ, କିଡନୀ, ହୃଦୟ, ଡେଙ୍ଗୁ, ଚିକୁଙ୍ଗୁନିଆ, ମ୍ୟାଲେରିଆ, ଡାୟଲିସିସ୍, ଆଣ୍ଠୁ ପ୍ରତିରୋପଣ, ସନ୍ତାନହୀନତା, ମୋତିଆବିନ୍ଦୁ ଭଳି ଅନେକ ଗୁରୁତର ରୋଗ ମାଗଣାରେ ଚିକିତ୍ସା କରାଯାଏ । ଦାରିଦ୍ର ସୀମାରେଖା ତଳେ ଥିବା ଲୋକମାନେ, ଅନୁସୂଚିତ ଜାତି, ଗ୍ରାମାଞ୍ଚଳରେ ରହୁଥିବା ଏବଂ ଟ୍ରାନ୍ସଜେଣ୍ଡରମାନଙ୍କୁ ଏହି ଯୋଜନାର ଲାଭ ମିଳିଥାଏ ।

ଏଥିରେ ଆବେଦନ କରିବାକୁ ଅଫିସିଆଲ୍ ୱେବସାଇଟ୍ mera.pmjay.gov.in କୁ ଲଗ୍ଇନ୍ କରନ୍ତୁ ଏବଂ ରାଜ୍ୟ, ନାମ, ମୋବାଇଲ୍ ନମ୍ବର, ରେସନ କାର୍ଡ ଏବଂ ଅନ୍ୟାନ୍ୟ ବିବରଣୀ ପୁରଣ କରନ୍ତୁ । ଡାହାଣ ପାର୍ଶ୍ୱରେ Family Memberରେ ଟ୍ୟାବ୍ କରନ୍ତୁ, ସମସ୍ତଙ୍କ ନାମ ଯୋଡନ୍ତୁ ଏବଂ ସବମିଟ୍ କରନ୍ତୁ । ସରକାର ଆୟୁଷ୍ମାନ କାର୍ଡ ପ୍ରଦାନ କରିବେ । ଡାଉନଲୋଡ୍ କରିବା ପରେ ଆପଣ ଏହାକୁ ବ୍ୟବହାର କରିପାରିବେ ।

Get real time updates directly on you device, subscribe now.