fbpx

ସୁମିତ୍‌ଙ୍କ ଅଲିମ୍ପିକ୍‌ ସ୍ୱପ୍ନ ଧୂଳିସାତ୍‌, ଡୋପ୍‌ ଟେଷ୍ଟରେ ବିଫଳ ପରେ ୬ ମାସ ପାଇଁ ହେଲେ ସସ୍‌ପେଣ୍ଡ୍‌

ଭାରତୀୟ ରେସଲିଂ ମହାସଂଘକୁ ୧୬ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) :  ଗତ ମେ ମାସରେ ବୁଲଗାରିଆର ସୋଫିଆରେ ଅନୁଷ୍ଠିତ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ଭାରତୀୟ ରେସଲର ସୁମିତ ମଲିକ ସଫଳ ହୋଇ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା ସୁଯୋଗ ସୃଷ୍ଟି କରିବା ପରେ ନିଜର ଜନ୍ମ ସ୍ଥାନ ହରିୟାଣାର ରୋହତକ ସ୍ଥିତ୍‌ କାଓର ଗ୍ରାମ ରେ ଆନନ୍ଦର ଲହରୀ ଖେଳି ଯାଇଥିଲା । ଭାରତୀୟ ରେସଲିଂ ମହାସଂଘ ମଧ୍ୟ ଅଧିକ ଖୁସି ମନାଇଥିଲା । କାରଣ ଭାରତର ଏକମାତ୍ର ରେସଲର ଭାବେ ସୁମିତ ଟୋକିଓ ଅଲିମ୍ପିକ୍ସର ୧୨୫ କେଜି କ୍ୟାଟେଗୋରୀରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ମାତ୍ର ଏହାର ଅଳ୍ପ ଦିନ ପରେ ସେହି ଆନନ୍ଦ ପାଣି ଫୋଟକା ପରି ଉଭାନ ହୋଇଗଲା । କାରଣ ସୁମିତ ଡୋପ୍‌ ଟେଷ୍ଟରେ ବିଫଳ ହୋଇ ବର୍ତ୍ତମାନ ୬ ମାସ ପାଇଁ ସସ୍‌ପେଣ୍ଡ୍‌ ହେବା ସହ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାରୁ ବଞ୍ଚିତ ହୋଇଛନ୍ତି ।

ଏକଦା ତାଙ୍କ ଗୋଡ ଆଣ୍ଠୁରେ ଆଘାତ ଲାଗିବା କାରଣ ନେଇ ନିଷେଧ ମେଥିଲହେକ୍ସାନେମିନେ ଡ୍ରଗ୍ସ ସେବନ କରିଥିବା ପ୍ରମାଣ ମିଳିଛି । ଗତ ସୋଫିଆ ରେସଲିଂ ପ୍ରତିଯୋଗିତା ବେଳେ ତାଙ୍କର ମୂତ୍ର ନମୂନା ସଂଗ୍ରହ କରା ଯାଇଥିବା ବେଳେ ସେ ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ଏହି ଡ୍ରଗ୍ସ ଶରୀରରେ ଶକ୍ତିବର୍ଦ୍ଧନ ପାଇଁ କାର୍ଯ୍ୟ କରିଥାଏ ବୋଲି ୟୁନାଇଟେଡ ୱାର୍ଲ୍ଡ ରେସଲିଂ ସଂସ୍ଥା ସ୍ପଷ୍ଟ କରିଛି । ତେଣୁ ସୁମିତଙ୍କ ଟୋକିଓ ଅଲିମ୍ପିକ୍ସ ସ୍ୱପ୍ନ ଚୂରମାରହେବା ସହ ଭାରତକୁ ଶକ୍ତ ଧକ୍କା ଲାଗିଛି।
କାରଣ ଟୋକିଓ ଅଲିମ୍ପିକ୍ସର ୧୨୫ କେଜି କ୍ୟାଟେଗୋରୀରେ ଭାରତ ପ୍ରତିଦ୍ୱନ୍ଦ୍ୱିତା କରିବା ସୁଯୋଗ ହାତଛଡା କରିବାକୁ ପଡିଲା ।କାରଣ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ସୁମିତଙ୍କ ଉପରେ ଧାର୍ଯ୍ୟ କରା ଯାଇଥିବା ବାସନ୍ଦ ବଳବତ୍ତର ରହିବ ।

ସୂଚନା ଯୋଗ୍ୟ ଯେ ୨୦୧୬ ରିଓ ଅଲିମ୍ପିକ୍ସ ପୂର୍ବରୁ ଭାରତର ଅନ୍ୟତମ ରେସଲର ନରସିଂହ ପଞ୍ଚମ ଯାଦବ ଏହିରି ଡୋପ୍‌ ଟେଷ୍ଟରେ ବିଫଳ ହୋଇ ଅଲିମ୍ପିକ୍ସରୁ ବାଦ୍‌ ପଡିଥିଲେ । ଅନ୍ୟ ପକ୍ଷରେ ଭାରତୀୟ ରେସଲର ନରସିଂହ ଯାଦବ ,ଅମିତ ଧନକର ,ସନ୍ଦି ସିଂ ମାନ୍ନ ଓ ଜିତେନ୍ଦ୍ର ୭୪ କେଜି କ୍ୟାଟେଗୋରୀ ପାଇଁ ଯୋଗ୍ୟତା ହାସଲ କରି ପାରି ନ ଥିବା ବେଳେ ବର୍ତ୍ତମାନ ସୁମିତ ଯାଦବଙ୍କ ବିଫଳତା ଯୋଗୁ ଭାରତ ୧୨୫ କେଜି କ୍ୟାଟେଗୋରୀରୁ ମଧ୍ୟ ବଞ୍ଚିତ ହେଲା ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ସୁମିତଙ୍କ ମାମଲା ନେଇ ବିଶ୍ୱ ରେସଲିଂ ମହାସଂଘ ଦଣ୍ଡ ସ୍ୱରୂପ ଭାରତୀୟ ରେସଲିଂ ଫେଡେରେସନକୁ ୧୬ ଲକ୍ଷ ଟଙ୍କା ଜୋରିମାନା କରିବ । ତେବେ ରେସଲିଂ ଫେଡେରେସନ ଯଦି ସୁମିତଙ୍କ ଠାରୁ ଏହି ଜରିମାନା ଅର୍ଥ ଆଦାୟ କରି ପାରିବ ନାହିଁ ,ତେବେ ତାଙ୍କ ଉପରେ ଆଜୀବନ ବାସନ୍ଦ ଲାଗୁ କରିବା ପାଇଁ ବାଧ୍ୟ ହେବ ।

Get real time updates directly on you device, subscribe now.