fbpx

ନିର୍ମାଣାଧୀନ କୋଠାରୁ ଚୋରି କରିବା ଯୁବକକୁ ପଡିଲା ମହଙ୍ଗା, ଅଭିଯୁକ୍ତ ଧରିଲା ପୁଲିସ

ଭୁବନେଶ୍ୱର (ଓଡିଶା ଭାସ୍କର) : ନିର୍ମାଣାଧୀନ କୋଠାରୁ ଚୋରି କରିବା ଜଣେ ଯୁବକକୁ ମହଙ୍ଗା ପଡ଼ିଛି । ଏ ନେଇ ଅଭିଯୋଗ ହେବା ପରେ ଖଣ୍ଡଗିରି ଥାନା ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରିଛି । ଗିରଫ ଯୁବକଙ୍କ ନାମ ମୁନୁ ଓରଫ ସନ୍ତୋଷ ପ୍ରଧାନ (୨୦) ଓ ସେ ନୟାପଲ୍ଲୀ ଥାନା ଅନ୍ତର୍ଗତ ଶ୍ରୀରାମ ନଗରର ବୋଲି ଜଣାପଡ଼ିଛି ।

ପୋଲିସ ତା ନିକଟରୁ କିଛି ଷ୍ଟିଲ ସାମଗ୍ରୀ ଓ ରଙ୍ଗରେ ବ୍ୟବହୃତ କିଛି ସାମଗ୍ରୀକୁ ଜବତ କରିଛି । ସସ୍ମିତା ପଟ୍ଟନାୟକଙ୍କ ନିର୍ମାଣାଧୀନ କୋଠାରୁ ମୁନୁ ଏହିସବୁ ସାମଗ୍ରୀ ଚୋରି କରି ନେଇଥିବା ଖଣ୍ଡିଗିରି ଥାନାରେ ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.