୬ ଘଣ୍ଟାରେ ୪ଥର ଡାଉନ୍ ହେଲା ଏକ୍ସ; ମସ୍କ କହିଲେ- ଆମ ଉପରକୁ ବିଦେଶୀମାନେ କରୁଛନ୍ତି ଆକ୍ରମଣ
ଏଲନ ମସ୍କଙ୍କ ଏକ୍ସ ପ୍ଲାଟଫର୍ମ ଡାଉନ ହୋଇଛି। ଏଥିପାଇଁ ସେ ଚିନ୍ତା ପ୍ରକଟ କରିଛନ୍ତି।
ନୂଆଦିଲ୍ଲୀ: ଏକ୍ସର ଗତକାଲି ରହି ରହି ଡାଉନ ହୋଇଥିଲା। ଦ୍ୱିପ୍ରହର ୩ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ଏକ୍ସ ୪ ଥର ଡାଉନ ହୋଇସାରିଛି। ସୋସିଆଲ ମିଡିଆରେ ଲୋକେ ଅନେକ ପ୍ରକାରର ଅସୁବିଧାର ଦାବି କରିଛନ୍ତି।
ଏ ନେଇ ଏକ୍ସର ସିଇଓ ଏଲନ ମସ୍କଙ୍କ ମନ୍ତବ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ଆମ ଉପରେ ଲଗାତାର ଅନ୍ୟ ଦେଶମାନଙ୍କରୁ ସାଇବାର ଆଟାକ୍ ହେଉଛି।
ସାରା ଦୁନିଆର ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି: ଡାଉନଡିଟେକ୍ଟର ରିପୋର୍ଟ ମୁତାବକ, ସାରା ଦୁନିଆରେ ୬୧ ପ୍ରତିଶତ ୟୁଜର୍ସ ୱେବସାଇଟରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ସେହିପରି ୩୮ ପ୍ରତିଶତ ୟୁଜର୍ସ ମୋବାଇଲ ଆପରେ ଏକ୍ସ ଚଳାଇବାକ ଅସୁବିଧା ଭୋଗିଛନ୍ତି। ୟୁକେ ଏବଂ ୟୁଏସଏର ୟୁଜର୍ସଙ୍କୁ ଏକ୍ସରେ ରିଫ୍ରେସ କରିବା ବା ଓପେନ କରିବାରେ ‘Something went wrong’ ଲେଖା ଶୋ କରୁଥିଲା। ଭାରତରେ ୨ ହଜାର ୫୦୦ରୁ ଅଧିକ ୟୁଜର୍ସ କମ୍ପେ୍ଲନ କରିଛନ୍ତି।