fbpx

ପୁଣି ଟେନସନ୍ ବଢ଼ାଇବ କରୋନା! ଓମିକ୍ରନର ସବ୍ ଭାରିଆଣ୍ଟ BA.2 ଠାରୁ ୧୦ ଗୁଣା ଅଧିକ ସଂକ୍ରାମକ ନୂଆ XE ଭାରିଆଣ୍ଟ: WHO

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ପକ୍ଷରୁ ନିକଟରେ ଏକ ନୂଆ ରିପୋର୍ଟ ଜାରି କରାଯାଇଛି । କରୋନାର ନୂଆ ମ୍ୟୁଟେଣ୍ଟ ଭାରିଆଣ୍ଟ ଏକ୍ସଇ ଓମିକ୍ରନର ସବ୍ ଭାରିଆଣ୍ଟ ବିଏ.୨ ଠାରୁ ୧୦ ଗୁଣା ଅଧିକ ସଂକ୍ରାମକ ହୋଇପାରେ । ଏହାକୁ ନେଇ ହୁର ଚିନ୍ତା ବଢ଼ିଯାଇଛି । ଏକ୍ସଇ ଓମିକ୍ରନର ଦୁଇ ସବ ଲିନେଜ ବିଏ.୧ ଓ ବିଏ.୨ର ରିକମ୍ବ୍ରିନେଣ୍ଟ ଷ୍ଟ୍ରେନ ଅଟେ । ଏହାର ଟ୍ରାନ୍ସମିଶନ ରେଟ ଓ ବିମାରୀରର ବ୍ୟବହାରରେ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ନିହାତି ଜରୁରୀ ବୋଲି ହୁ ପକ୍ଷରୁ କୁହାଯାଇଛି ।

ବିଏ.୨ ତୁଳନାରେ ଏହାର କମ୍ୟୁନିଟି ଗ୍ରୋଥ ୧୦ ପ୍ରତିଶତ ଅଧିକ ହେବାର ସଙ୍କେତ ମିଳିଛି । ବର୍ତ୍ତମାନ ବିଏ.୨ ସବ ଭାରିଆଣ୍ଟ ସାରା ବିଶ୍ୱ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି । ସିକ୍ୱେଣ୍ଡ ମାମଲାରେ ଏହାର ସଂଖ୍ୟା ପାପାଖି ୮୬ ପ୍ରତିଶତ ରହିଛି । ଏକ୍ସଇ ଷ୍ଟ୍ରେନ ପ୍ରଥମ ଥର ପାଇଁ ଗତ ଜାନୁଆରୀ ୧୯ରେ ୟୁକେରେ ଚିହ୍ନଟ ହୋଇଥିଲା ଓ ବର୍ତ୍ତମାନ ଏହାର ମାମଲା ୬୦୦ରୁ ଅଧିକ ହୋଇଗଲାଣି ।

ବ୍ରିଟିଶ ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି (ଏଚଏସଏ)ର ମୁଖ୍ୟ ଚିକିତ୍ସା ପରାମର୍ଶଦାତା କହିଛନ୍ତି ଯେ, ଏହାର ସଂକ୍ରାମକତା, ଗମ୍ଭୀରତା କୋଭିଡ-୧୯ ଟିକା ବିପକ୍ଷରେ କେତେ ପ୍ରଭାବଶାଳୀ ସେନେଇ ପର୍ଯ୍ୟାପ୍ତ ତଥ୍ୟ ନାହିଁ ।

Get real time updates directly on you device, subscribe now.