fbpx

ଓକିଲଙ୍କ ଘରେ ପଶି କଳାକନା ବୁଲାଇଲେ ଲୁଟେରା: ୨୪ ଘଣ୍ଟା ପରେ ବି ପୋଲିସ ହାତ ଖାଲି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଘରେ ପଶି କଳାକନା ବୁଲାଇଲେ । ଯାହା ଥିଲା ସବୁ ଲୁଟି ନେଇଗଲେ । ଏଭଳି ଘଟଣା ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର କ୍ରାନ୍ତିନଗରରୁ ଆସିଛି । ଗତକାଲି ବିଳମ୍ବିତ ରାତିରେ ଏଭଳି କାରନାମା କରିଛନ୍ତି ଦୁର୍ବୃତ୍ତ । ଇନ୍ଦ୍ରଜିତ ସେନଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କ ଘରର ଝରକା ଭାଙ୍ଗି ବହୁ ମୂଲ୍ୟବାନ ସାମଗ୍ରୀ ନେବା ସହିତ ଆଲମାରୀ ରୁ ସୁନା ଗହଣା ସହିତ ନଗଦ ୨୦ ହଜାର ରୁ ଉର୍ଦ୍ଧ ଟଙ୍କା ଲୁଟ କରିଥିବା ସୂଚନା ମିଳିଚି ।

ପୂର୍ବରୁ ମଧ୍ୟ ଏହି ଓକିଲ ସେନଗୁପ୍ତା ଙ୍କ ଘରୁ ତିନି ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା । କିନ୍ତୁ ପୋଲିସ ତାର ଟେର ପାଇନଥିଲ। ଏବେ ପୁନର୍ବାର ଏହି ଘଟଣା ଘଟିବା ପର ବାରିପଦା ସାଇଟିଫି ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରି ତଦନ୍ତ ଚଳାଇଛନ୍ତି । ଚୋରି ଡକାୟତି ଘଟଣା ବହୁ ମାତ୍ରାରେ ହେଉଥିବାରୁ ପୋଲିସର କାର‌୍ୟ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠୁଛି। ନାଇଟ ପେଟ୍ରଲିଂ ଯଦି କଡା କଡ଼ି ଭାବରେ ହୁଅନ୍ତା ତେବେ ଦୁର୍ବୃତ୍ତ ଚୋରି କରିବା ପାଇଁ ସାହସ କରି ପାରିବେ ନାହିଁ ବୋଲି ସ୍ତାନୀୟ ଅଂଚଳରେ ଚର୍ଚ୍ଚା ହଉଚି।

Get real time updates directly on you device, subscribe now.