fbpx

ବଲିଉଡର ସେଲିବ୍ରେଟିଙ୍କଠାରୁ ଷ୍ଟାଟସରେ କମ୍ ନୁହନ୍ତି କମେଡ଼ି ଷ୍ଟାର କପିଲ, ଜାଣନ୍ତୁ ତାଙ୍କର ହାଇ ପ୍ରୋଫାଇଲ୍ ଲାଇଫ୍ ଷ୍ଟାଇଲ୍ ବିଷୟରେ

ନୂଆଦିଲ୍ଲୀ: ବଲିଉଡ ଓ ଟେଲିଭିଜନ ଦୁନିଆର ପ୍ରସିଦ୍ଧ କମେଡିଆନ୍ କପିଲ ଶର୍ମାଙ୍କର କୌଣସି ପରିଚୟ ଦେବାର ଆବଶ୍ୟକ ନାହିଁ । କପିଲ କଡ଼ା ସଂଘର୍ଷ କରି ତଳ ସ୍ତରରୁ ଉଠି କମେଡ଼ି ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ପ୍ରାରମ୍ଭିକ ଷ୍ଟ୍ରଗଲ ଟାଇମରେ କପିଲ ବଲିଉଡରେ ଜଣେ ସିଙ୍ଗର ହେବା ପାଇଁ ସ୍ୱପ୍ନ ଦେଖୁଥିଲେ । ମାତ୍ର କମେଡ଼ି ତାଙ୍କୁ ଅସଲ ପରିଚୟ ଦେଇଥିଲା ଓ ଆଜି ସେ ଭାରତର ସବୁଠାରୁ ଧନୀ କମେଡ଼ିଆନ ପାଲଟି ଯାଇଛନ୍ତି ।

ଏକ ରିପୋର୍ଟ ଅନୁସାରେ, ଆଜିର ସମୟରେ କପିଲଙ୍କ ପାଖରେ ପାଖାପାଖି ୩୦୦ କୋଟି ଟଙ୍କା ରହିଛି । ସେ ଗୋଟିଏ ଶୋ କରିବା ପାଇଁ ୫୦ ଲକ୍ଷରୁ ୭୦ ଲକ୍ଷ ଟଙ୍କା ନେଇଥାନ୍ତି । ଆଜି ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ପାଲଟି ଯାଇଛନ୍ତି କପିଲ । ପ୍ରତ୍ୟେକ ବର୍ଷ କପିଲଙ୍କର ନେଟୱର୍ଥ ୧୫ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି । ଗତ ୫ ବର୍ଷ ମଧ୍ୟରେ କପିଲଙ୍କର ମୋଟ ସମ୍ପତ୍ତି ୩୨୫ ପ୍ରତିଶତ ବୃଦ୍ଧି ପାଇଛି ।

କପିଲଙ୍କର କାର୍ କଲେକ୍ସନ ଦେଖିଲେ ଯେ କେହି ବି ତାଜୁବ୍ ହୋଇଯିବ । ତାଙ୍କ ପାଖରେ ମର୍ସିଡିଜ୍ ବେଞ୍ଜ ଏସ୍ କ୍ଲାସ- ୧.୧୯ କୋଟି, ମର୍ସିଡିଜ୍ ବେଞ୍ଜ ସି କ୍ଲାସ- ୫୦ ଲକ୍ଷ, ଏସୟୁଭି ରେଞ୍ଜ ରୋଭର-୯୫.୫୩ ଲକ୍ଷ, ବ୍ଲୋ ଏକ୍ସସି ୯୦- ୮୦ ଲକ୍ଷ ରହିଛି । ଏଥିସହ ତାଙ୍କ ପାଖରେ ସୁଜୁକି ହାୟାବୁସା- ୧୫, କାୱାସାକି ନିଞ୍ଜା ଏଚଟୁଆର- ୩୦ ଲକ୍ଷ, ବୁଲେଟ- ୨ ଲକ୍ଷ ରହିଛି । କପିଲଙ୍କର ଗୁରଗାଓଁଠାରେ ୧୫ କୋଟିର ଏକ ଶାନଦାର ବିଲଡିଂ ରହିଛି । ସେଠାରେ ସେ ତାଙ୍କର ମାଆ, ପତ୍ନୀ ଓ କନ୍ୟାଙ୍କ ସହ ରହୁଛନ୍ତି । ତାଙ୍କର ପତ୍ନୀ ଗିନ୍ନି ଛତ୍ରାଥ ଅଧିକାଂଶ ସମୟରେ ସୋସିଆଲ ମିଡ଼ିଆରେ ତାଙ୍କର ଫ୍ଲାଟର ଫଟୋ ଶେୟାର କରିଥାନ୍ତି । କପିଲଙ୍କର ଏକ ଡ୍ରେସିଂ ଭ୍ୟାନିଟି ନିର୍ମାଣ କରିଛନ୍ତି, ଯାହାର ମୂଲ୍ୟ ପାଖାପାଖି ୫.୫ କୋଟି ।

Get real time updates directly on you device, subscribe now.