fbpx

(Video)ସରିଲା ହାଇଡ୍ରାମା: ବନ୍ଧକ ଥିବା ୧୨ ସମିତି ସଭ୍ୟ ମୁକ୍ତ, ଅଭିଯୋଗକୁ SDPOଙ୍କ ଖଣ୍ଡନ

ଛତ୍ରପୁର(ଓଡ଼ିଶା ଭାସ୍କର): ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଆରମ୍ଭ ହୋଇଥିବା ହାଇଡ୍ରାମା ଶେଷ ହୋଇଛି । ବନ୍ଧକ ଥିବା ୧୨ ସମିତି ସଭ୍ୟ ମୁକ୍ତ ହୋଇଥିବା ସୂଚନା ମିଳିଛି । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସେମାନଙ୍କୁ ମୁକ୍ତି କରାଯାଇଛି । ବାଲୁଗାଁ ବରକୂଳ ପାନ୍ଥ ନିବାସ ତାଲା ଖୋଲି ସେମାନଙ୍କୁ ମୁକ୍ତ କରାଯାଇଥିବା ଜଣାପଡିଛି । ବାଲକୋନିରୁ ଉଦ୍ଧାର ପାଇଁ ଆକୁଳ ନିବେଦନ ପରେ ସେମାନେ ମୁକ୍ତ ହୋଇଛନ୍ତି । ପୋଲିସ କଡ଼ା ସୁରକ୍ଷାରେ ୧୨ ସଭ୍ୟଙ୍କୁ ଛତ୍ରପୁର ନେଉଥିବା ସୂଚନା ମିଳିଛି । ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ଭାଗନେବାକୁ ସେମାନେ ଆଶାବାଦୀ ଅଛନ୍ତି ।

ଅନ୍ୟପଟେ ୧୨ ସମିତି ସଭ୍ୟଙ୍କୁ ପାନ୍ଥ ନିବାସରେ ତାଲା ପକାଇବା ମାମଲାରେ ପୋଲିସ ଉପରେ ଲାଗିଥିବା ଅଭିଯୋଗକୁ ଛତ୍ରପୁର ଏସଡିପିଓ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ‘କାହାକୁ ଡିଟେନ୍ କରାଯାଇନି, ସୁରକ୍ଷା ପାଇଁ ଯାଇଥିଲୁ । ମୋବାଇଲ ଛଡ଼ାଇ ନେବା ଅଭିଯୋଗର ଯାଞ୍ଚ କରୁଛୁ ।’

ତେବେ ଗତ ମାସ ୧୨ତାରିଖରେ କୋଭିଡ଼ ଆଳ ଦେଖାଇ ବାତିଲ ହୋଇଥିଲା ନିର୍ବାଚନ । ଛତ୍ରପୁରରେ ବିଜେଡିର ଦୁଇଟି ଗୋଷ୍ଠି ଥିବା ବେଳେ ବିଧାୟକ ସମର୍ଥକରେ ୬ ଜଣ ସମିତିସଭ୍ୟ ଥିବା ବେଳେ ୧୨ଜଣ ବିରୋଧରେ ଅଛନ୍ତି । ହାରିଯିବା ଭୟରେ ପୋଲିସ ପ୍ରସାଶନକୁ ଲଗାଇ ବନ୍ଦି କରିଥିବା ଅଭିଯୋଗ କରିଛନ୍ତି ସମିତିସଭ୍ୟ ପ୍ରାର୍ଥୀ । ଆଜି ଦିନ ୧୨ଟା ରେ ମତଦାନ ହେବାକୁ ଥିବା ବେଳେ ୧୨ଜଣ ସମିତିସଭ୍ୟଙ୍କୁ ହୋଟେଲ ରେ ବନ୍ଦି କରି ରଖିଥିଲା ପୋଲିସ । ଯଥାଶୀଘ୍ର ଉଦ୍ଧାର ନ କରାଗଲେ ହୋଟେଲ ଛାତ ରୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ସେମାନେ ଚେତାବନୀ ଦେଇଥିଲେ ।

Get real time updates directly on you device, subscribe now.