fbpx

(video) ଭିଜିଲାନ୍ସ ଜାଲରେ RMC ଇନ୍ସପେକ୍ଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଆରଏମସି ଇନ୍ସପେକ୍ଟର । ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟି ଇନ୍ସପେକ୍ଟର ବନମାଳୀ ନାଏକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ସୁନ୍ଦରଗଡ଼ ଟାଉନରେ ଥିବା ବନମାଳୀଙ୍କ ଅଫିସ ଚାମ୍ବରରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ବନମାଳୀଙ୍କ ସୁନ୍ଦରଗଡ଼ର କୁକୁରିଡିହି ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି । କେନ୍ଦୁପଡ଼ାରେ ୨ଟି ତିନି ମହଲା କୋଠା, ତାଳଶଙ୍କର ମୌଜାରେ ୨ ମହଲା ଘରେ ରେଡ୍ ଚାଲିଥିବା ସୂଚନା ମିଳିଛି । ସରେଇକେଳାରେ ଥିବା ବନମାଳୀଙ୍କ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିପାରି ନାହିଁ ।

Get real time updates directly on you device, subscribe now.