fbpx
BSKY SKY
BSKY SKY

RBI ସମେତ ୩ଟି ବ୍ୟାଙ୍କରେ ୫୦୦ରୁ ଅଧିକ ଖାଲିପଦ: ଜାଣନ୍ତୁ କେମିତି କରିବେ ଆବେଦନ

BSKY

ନୂଆଦିଲ୍ଳୀ: ବ୍ୟାଙ୍କରେ କାମ କରି କ୍ୟାରିୟର ବନାଇବା ଲକ୍ଷ୍ୟରେ ରହିଥିବା ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ବ୍ୟାଙ୍କରେ କାମ କରିବା ପାଇଁ ସୃଷ୍ଟି ହୋଇଛି ବମ୍ପର ସୁଯୋଗ । ଆରବିଆଇ ସମେତ ୩ଟି ବ୍ୟାଙ୍କରେ ସୃଷ୍ଟି ହୋଇଛି ୫୦୦ରୁ ଅଧିକ ପଦବୀ । ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଓ ଏକ୍ସପୋର୍ଟ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ଅଫ୍ ଇଣ୍ଡିଆରେ ଏହି ଖାଲି ପଦ ସୃଷ୍ଟି ହୋଇଛି ।

ବ୍ୟାଙ୍କ ଅଫ ବରୋଦା: ବ୍ୟାଙ୍କ ଅଫ ବରୋଦାରେ ବ୍ରାଞ୍ଚ ରିସିଭେବେଲ୍ ମ୍ୟାନେଜର ପଦବୀ ପାଇଁ ୧୫୯ଟି ଖାଲିପଦ ସୃଷ୍ଟି ହୋଇଛି । ଏହି ପଦ ପାଇଁ ଆବେଦନ କରିବାକୁ ହେଲେ ବ୍ୟାଙ୍କ ଅଫ ବରୋଦାର ଅଫିସିଆଲ ସାଇଟ ଯିବାକୁ ପଡିବ । ଏହି ଲିଙ୍କରେ https://www.bankofbaroda.in/ କ୍ଲିକ୍ କରି ଆପଣ ଆବେଦନ କରିପାରିବେ । ୧୪ ଏପ୍ରିଲ ଆବେଦନର ଶେଷ ତାରିଖ ରହିଥିବା ବେଳେ ଯେ କୌଣସି ଷ୍ଟ୍ରିମରେ ଗ୍ରାଜୁଏସନ କରିଥିବା ଛାତ୍ରଛାତ୍ରୀ ଏହି ପଦବୀ ପାଇଁ ଆବେଦନ କରିପାରିବେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ): ଭାରତୀୟ ରିଜର୍ଭ ବ୍ୟାଙ୍କରେ ସର୍ବାଧିକ ୩୦୩ଟି ଖାଲି ପଦ ସୃଷ୍ଟି ହୋଇଛି । ଗ୍ରେଡ ବି ପଦବୀ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ଏହି ଖାଲି ପଦ ସୃଷ୍ଟି ହୋଇଛି । ୧୮ ଏପ୍ରିଲ ୨୦୨୨ ଆବେଦନର ଅନ୍ତିମ ତାରିଖ ରହିଛି । ଆରବିଆଇର ଆଧିକାରିକ ୱେବସାଇଟରେ ଅନଲାଇନରେ ଆବେଦନ କରିହେବ । ଏହି ଲିଙ୍କରେ https://opportunities.rbi.org.in/ କ୍ଲିକ୍ କରି ଆବେଦନ କରିପାରିବେ ।

ଏକ୍ସପୋର୍ଟ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ଅଫ୍ ଇଣ୍ଡିଆ (ଇସିଜିସି): ଏକ୍ସପୋର୍ଟ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ଅଫ୍ ଇଣ୍ଡିଆରେ ପିଓ ପଦବୀ ପାଇଁ ଖାଲି ପଦ ରହିଛି । ଏହି ପଦବୀ ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ଇସିଜିସିର ଆଧିକାରିକ ୱେବସାଇଟ ଜରିଆରେ ଆବେଦନ କରିପାରିବେ । ଏହି ଲିଙ୍କରେ https://ecgc.in/ କ୍ଲିକ୍ କରି ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ ।

Get real time updates directly on you device, subscribe now.