fbpx

ପୋଲିସକର୍ମୀଙ୍କ ଛୁଟି ଆବେଦନ ଦେଖି ସିନିଅର ଅଫିସର ଆଶ୍ଚର୍ଯ୍ୟ: ବିବାହ ବାର୍ଷିକୀକୁ କହିଲେ ‘ପଶ୍ଚାତାପ ଦିବସ’

ଅମରାବତୀ: ମହାରାଷ୍ଟ୍ରରେ ଜଣେ ପୋଲିସକର୍ମୀଙ୍କ ଛୁଟି ପାଇଁ ଏପରି ଆବେଦନ କଲେ, ଯାହାକୁ ନେଇ ସିନିୟର ଅଫିସର ଆଶ୍ଚର୍ଯ୍ୟ ହୋଇଗଲେ । ଏହାର ଚର୍ଚ୍ଚା ମଧ୍ୟ ଜୋରସୋରରେ ଚାଲିଛି । ସୂଚନା ଅନୁସାରେ, ଅମରାବତୀ ଜିଲ୍ଲାରେ ଜଣେ ପୋଲିସକର୍ମୀ ଛୁଟି ପାଇଁ ଥାନା ଅଫିସରଙ୍କୁ ଲିଭ୍ ଆପ୍ଲିକେସନ୍ ଦେଇଥିଲେ । ମରାଠୀ ଭାଷାରେ ଲେଖାହୋଇଥିବା ଏହି ଆବେଦନରେ ସେ ମ୍ୟାରେଜ ଆନିଭର୍ସାରୀକୁ ‘ପଶ୍ଚାତାପ ଦିବସ’ ବୋଲି କହିଛନ୍ତି । ଏହି ଆବେଦନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଏହି ଛୁଟି ଆବେଦନଟି ଖୁବ ଭାଇରାଲ ହେବାରେ ଲାଗିଛି ।

ଏପରି ଆବେଦନ କରିଥିବା ପୋଲିସ କର୍ମଚାରୀ ମଙ୍ଗରୁଲ ଦସ୍ତଗିର ଥାନାରେ ପୋଷ୍ଟିଂ ହୋଇଛନ୍ତି । ୨୮ ମାର୍ଚ୍ଚରେ ସେ ନିଜ ବିବାହ ବାର୍ଷିକୀକୁ ପାଳନ କରିବାକୁ ଛୁଟି ଆବେଦନ କରିଥିଲେ । ସେଥିରେ ସେ ଲେଖିଥିଲେ ଯେ, ୨୭ ମାର୍ଚ୍ଚର ସାପ୍ତାହିକ ଛୁଟି ପରିବର୍ତ୍ତେ ମାର୍ଚ୍ଚ ୨୯ରେ ବିବାହ ବାର୍ଷିକୀ ଛୁଟି ପାଇଁ ଛୁଟି ଦିଆଯାଉ । ଏହି ବିବାହ ବାର୍ଷିକୀ ବା ପଶ୍ଚାତାପ ଦିବସରେ ଛୁଟି ଦେବାର କୃପା କରନ୍ତୁ ।

maharashtra amravati Policeman leave application told the marriage anniversary to repentance day stb

ଏପରି ଛୁଟି ଆବେଦନ ଆସିବା ପରେ ଏହାକୁ ନେଇ ଥଟ୍ଟା-ମଜା ଆରମ୍ଭ ହୋଇଥିଲା । ସୋସିଆଲ ମିଡିଆର ଅଲଗା ଅଲଗା ଗ୍ରୁପରେ ଏହି ଆବେଦନକୁ ସେୟାର କରାଯାଉଛି । ଲୋକମାନେ ମଧ୍ୟ ଏହାକୁ ପଢ଼ି ଖୁବ ହସୁଛନ୍ତି । ଅନେକ ଲୋକ ପୋଲିସ କର୍ମୀଙ୍କୁ ସପୋର୍ଟ କରୁଛନ୍ତି ତ ଆଉ କେତେକ ଏହାକୁ ନିଜ ସହ ଯୋଡୁଛନ୍ତି । ଏବିଷୟରେ ସିନିଅର ଅଫିସରଙ୍କ କୌଣସି ପ୍ରତିକ୍ରୟା ସାମ୍ନାକୁ ଆସି ନଥିବା ବେଳେ ତାଙ୍କୁ ଛୁଟି ମିଳିଥିବା କୁହାଯାଉଛି ।

Get real time updates directly on you device, subscribe now.