fbpx
BSKY SKY
BSKY SKY

ସରକାରୀ କର୍ମଚାରୀଙ୍କୁ ମାଡ: ବିଜେପି ନେତାଙ୍କୁ ଗିରଫ କରିନେଲା ପୋଲିସ, ପରେ ଟ୍ୱିଟ୍ କଲେ ଏମିତି

BSKY

ନୂଆଦିଲ୍ଳୀ: ଦୁଇ ଦୁଇଥର ବିଜେପି ବିଧାୟକ ରହିଥିବା ବିଜେପି ନେତା ଭବାନୀ ସିଂ ରଜାୱତ ଗିରଫ ହୋଇଛନ୍ତି । ଆଇଏଫ୍ଏସ୍ ଅଫିସର ରବି ମୀନାଙ୍କୁ ଚାପୁଡା ମାରିବା ଅଭିଯୋଗରେ ଭବାନୀ ସିଂ ରଜାୱତଙ୍କୁ ଗିରଫ କରାଯିବା ସହିତ ଜେଲ ପଠାଇ ଦିଆଯାଇଛି । ଗୁରୁବାର ରଜାୱତ ଫରେଷ୍ଟ ଅଫିସରଙ୍କ କାର୍ଯ୍ୟାଳୟରେ ପଶି ଚାପୁଡା ମାରିଥିଲେ । ଏହି ଭିଡିଓଟି ଭାଇରାଲ ହେବା ପରେ ରଜାୱତଙ୍କ ଗିରଫ ଦାବି ଜୋର ଧରିଥିଲା । ଶୁକ୍ରବାର ଦିନ ପୋଲିସ ରଜାୱତଙ୍କୁ ପୋଲିସ ଗିରଫ କରିଥିଲା ।

ତେବେ ଗିରଫ ହେବା ପରେ ରଜାଓ୍ବତଙ୍କ ଆକାଉଣ୍ଟରୁ ଏକ ଟ୍ୱିଟ୍ କରାଯାଇଥିଲା । ଏହି ଟ୍ୱିଟରେ ଲେଖାଯାଇଥିଲା କି ଆଜି ମୁଁ ଜେଲରେ ରହିଛି । ତେବେ ମୋତେ ଏଥିରୁ ଖୁସି ମିଳୁଛି କି ମୋ କାରଣରୁ ସାଧାରଣ ଲୋକଙ୍କ କାମ ହେଇ ପାରୁଛି । ଏହା ସହିତ ସେ ରାସ୍ତା କାମ ହେଉଥିବାର ଏକ ଭିଡିଓ ମଧ୍ୟ ନିଜ ଆକାଉଣ୍ଟରେ ଶେୟାର କରିଥିଲେ ।

Get real time updates directly on you device, subscribe now.