fbpx

ଦମଦାର ଫିଚର୍ସ ସହ ଭାରତରେ ଲଞ୍ଚ ହେଲା Xiaomi 14 Civi, ଦେଖନ୍ତୁ କ’ଣ ରହିଛି କ୍ୟାମେରା କ୍ୱାଲିଟି

Advertisement

ନୂଆଦିଲ୍ଲୀ: Xiaomi 14 Civi ର ଲଞ୍ଚ ଡେଟ କନଫର୍ମ ହୋଇଥିଲା। ସାଓମୀର ଏହି ଫ୍ଲାଗସିପ ସ୍ମାର୍ଟଫୋନ ଆଜି ଭାରତରେ ଲଞ୍ଚ ହୋଇଛି। କମ୍ପାନୀ ନିଜ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ସରେ ଲଞ୍ଚକୁ ନେଇ ସେୟାର କରିଛି । କିଛି ସପ୍ତାହରେ ସାଓମୀର ଏହି ଫୋନ ଟିଜ ହୋଇଥିଲା । ଚୀନ ସ୍ମାର୍ଟଫୋନ ବ୍ରାଣ୍ଡର ଏହା ପ୍ରଥମ ଫୋନ ଯାହା Civi ବ୍ରାଣ୍ଡିଙ୍ଗ ସହ ଭାରତରେ ଲଞ୍ଚ ହୋଇଛି । ଚୀନରେ ଏହାକୁ Civi 4 Pro ନାମରେ ପ୍ରଥମେ ଲଞ୍ଚ କରାଯାଇଥିଲା ।

ସାଓମୀ ଇଣ୍ଡିଆରେ ନିଜ ଏକ୍ସ ହ୍ୟାଣ୍ଡେଲରେ କନଫର୍ମ କରିଛି ଯେ, Xiaomi 14 Civi କୁ ଆଜି ଅର୍ଥାତ ୧୨ ଜୁନରେ ଭାରତରେ ଲଞ୍ଚ କରିଛି । ଏଥିସହ କମ୍ପାନୀ ଫୋନର ଏକ ପୋଷ୍ଟର ସେୟାର କରିଛି । ସାଓମୀର ଫ୍ଲାଗସିପ ସିରିଜ ଅନୁଯାୟୀ, ଲଞ୍ଚ କରାଯାଇଛି । ସାଓମୀର ଫ୍ଲାଗସିପ ସିରିଜ ଅନୁଯାୟୀ, ଲଞ୍ଚ ହୋଇ ଥିବା ଏହି ସ୍ମାର୍ଟଫୋନର ମୁଖ୍ୟ ଫୋକସ କ୍ୟାମେରା ଉପରେ ରହିଛି । ଏଥିରେ Leica ବ୍ରାଣ୍ଡିଙ୍ଗର ଲେନ୍ସ ରହିଛି। Xiaomi 14ରେ Leicaର ଲେନ୍ସ ମିଳୁଛି। ଫୋନ ପଛପଟେ ୫୦ଏମପିର ମୁଖ୍ୟ କ୍ୟାମେରା Leica Summilux ଲେନ୍ସରୁ ଲେସ ଅଛି । ଯାହାକୁ ୧୨ଏମପିର ଅଲଟ୍ରା- ୱାଇଡ ସେନ୍ସର ଏବଂ 50MP ର 2x ଟେଲିଫଟୋ ସହ ଯୋଡା ଯାଇଛି । ତେବେ ଭାରତରେ ଏହି ଫୋନର ମୂଲ୍ୟ ୪୦ ହଜାର ଟଙ୍କା ରହିବ ବୋଲି କୁହାଯାଉଛି ।

ଲଞ୍ଚ ହୋଇଥିବା Xiaomi 14 Civi ର ଫିଚର ବିଷୟରେ କହିବାକୁ ଗଲେ ଏହାର ୬.୫୫ ଇଞ୍ଚ AMOLED ଡିସପ୍ଲେ ଅଛି, ଯାହା ୧.୫ ହଜାର ରେଜୋଲୁସନକୁ ସପୋର୍ଟ କରେ । ଏଥିରେ Corning Gorilla Glass Victus 2 ବ୍ରାଣ୍ଡିଙ୍ଗର ଲେନ୍ସ ମିଳିବ । ଫୋନ ଡିସପ୍ଲେର ଚିଫ ବ୍ରାଇଟନେସ ୩ ହଜାର ନିଟସ ରହିବ । ଏହି ଫୋନର ଡିସପ୍ଲେକୁ ପ୍ରୋଟେକ୍ଟ କରିବା ପାଇଁ Qualcomm Snapdragon 8s Gen 3 ରହିବ । ଏହା ଫୋନ ପ୍ରୋସେସର ଉପରେ କାମ କରିଥାଏ ।

Get real time updates directly on you device, subscribe now.