Xiaomi ଭାରତରେ ଲଞ୍ଚ କଲା ୩ଟି ୫ଜି ଫୋନ୍: Redmi Note 14 ସିରିଜରେ ଗ୍ରାହକଙ୍କୁ ମିଳିବ ଦମଦାର୍ ଫିଚର୍ସ

ନୂଆଦିଲ୍ଲୀ: ସାଓମୀ ଭାରତରେ ୩ଟି ୫ଜି ଫୋନ୍ ଲଞ୍ଚ କରିଛି । କମ୍ପାନୀ ଏହି ରେଡମି ନୋଟ ସିରିଜରେ ତିନୋଟି ସ୍ମାର୍ଟ ଫୋନ୍ ରେଡମୀ ନୋଟ ୧୪ ୫ଜି, ନୋଟ ୧୪ ପ୍ରୋ ୫ଜି ଓ ନୋଟ ୧୪ ପ୍ରୋ ପ୍ଲସ ୫ଜି’କୁ ଲଞ୍ଚ କରିଛି । ଏହି ଫୋନ୍ସରେ ଦମଦାର ପ୍ରୋସେସର, ଆକର୍ଷଣୀୟ କ୍ୟାମେରାର ଓ ବଡ଼ ବ୍ୟାଟେରୀ ଆଦି ଫିଚର୍ସ ମିଳିବ । ଏହି ସ୍ମାର୍ଟ ଫୋନ୍ସରେ ୬.୬୭ ଇଞ୍ଚର ଇଏଲଇଡି ଡିସପ୍ଲେ ମିଳିବ, ଯାହାକି ୧୨୦ଏଚଜେଡ ରିଫ୍ରେଶ ରେଟ ସପୋର୍ଟ କରିବ । ସ୍କ୍ରିନର ପୀପ ବ୍ରାଇଟନେଟ ୩ ହଜାର ନିଟସ୍ ରହିଛି ।

ରେଡମୀ ନୋଟ ୧୪ରେ ମେଡିଆଟେକ ଡାଇମେନସିଟି ୭୦୨୫ ଅଲଟ୍ରା ପ୍ରୋସେସର ମିଳିବ । ଏଥିସହିତ ପ୍ରୋ ମଡେଲରେ ମେଡିଆଟେକ ଡାଇମେନସିଟି ୭୩୦୦ ଅଲଟ୍ରା ଚିପସେଟ ଦିଆଯାଇଛି, ଯାହାକି ନୋଟ ୧୪ ପ୍ରୋ ପ୍ଲସରେ ସ୍ନାପଡ୍ରାଗନ ୭ଏସ ଜେନ ୩ ପ୍ରୋସେସର ମିଳିବ । ରେଡମୀ ନୋଟ ୧୪ ପ୍ରୋ ପ୍ଲସର ୮ଜି ରାମ ପ୍ଲସ ୧୨୮ ଜିବି ଷ୍ଟୋରେଜର ମୂଲ୍ୟ ୨୯,୯୯୯ ଟଙ୍କା ରହିଛି । ସେହିପରି ୮ଜିବି ରାମ ପ୍ଲସ ୨୫୬ ଜିବି ଭାରିଆଣ୍ଟର ମୂଲ୍ୟ ୩୧,୯୯୯ ଟଙ୍କା ରହିଛି । ଅନ୍ୟପକ୍ଷରେ ୧୨ଜିବି ରାମ ପ୍ଲସ ୫୧୨ ଜିବି ଷ୍ଟୋରେଜ ଭାରିଆଣ୍ଟର ମୂଲ୍ୟ ୩୪,୯୯୯ ଟଙ୍କା ରହିଛି । ନୋଟ ୧୪ ପ୍ରୋ’ର ମୂଲ୍ୟ ୨୩,୯୯୯ ଟଙ୍କାରୁ ଆରମ୍ଭ ହେଉଛି, ଯାହାକି ୮ଜିବି ରାମ ପ୍ଲସ ୧୨୮ ଜିବି ଷ୍ଟୋରେଜ ଭାରିଆଣ୍ଟ ଅଟେ । ଫୋନର ୮ଜିବି ରାମ ପ୍ଲସ ୨୫୬ ଜିବି ଭାରିଆଣ୍ଟର ମୂଲ୍ୟ ୨୫,୯୯୯ ଟଙ୍କା ରହିଛି । ଏହି ହ୍ୟାଣ୍ଡସେଟକୁ ସ୍ପେକ୍ଟର ବ୍ଲୁ, ଫ୍ୟାଣ୍ଟମ ପର୍ପଳ ଓ ଟାଇଟନ ବ୍ଲକ କଲରେ କ୍ରୟ କରିପାରିବେ । ରେଡମୀ ନୋଟ ୧୪ର ମୂଲ୍ୟ ୧୭,୯୯୯ ଟଙ୍କାରୁ ଆରମ୍ଭ ହୋଇଥାଏ, ଯାହାକି ୬ ଜିବି ରାମ ପ୍ଲସ ୧୨୮ ଜିବି ଷ୍ଟୋରେଜ ଭାରିଆଣ୍ଟ ଅଟେ । ସ୍ମାର୍ଟଫୋନର ୮ଜିବି ରାମ ପ୍ଲସ ୧୨୮ ଜିବି ଷ୍ଟୋରେଜ ଭାରିଆଣ୍ଟର ମୂଲ୍ୟ ୧୮,୯୯୯ ଟଙ୍କା ରହିଛି । ସେହିପରି ୮ଜିବି ରାମ ପ୍ଲସ ୨୫୬ ଜିବି ଷ୍ଟୋରେଜ ଭାରିଆଣ୍ଟର ମୂଲ୍ୟ ୨୦,୯୯୯ ଟଙ୍କା ରହିଛି । ଫ୍ଲିପକର୍ଟ ଓ କମ୍ପାନୀର ଅଫିସିଆଲ ୱେବସାଇଟରେ ଡିସେମ୍ବରରୁ ୧୩ରେ ଏହି ଫୋନ୍ସକୁ ଗ୍ରାହକ କ୍ରୟ କରିପାରିବେ ।