ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା ଯାତ୍ରା କଳି, ସମାଧାନ କରିବେ ମୋହନ

ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଯାତ୍ରା କଳାକାର।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା ଯାତ୍ରା କଳି। ସମାଧାନ ହେଲାନି ଯାତ୍ରା କଳାକାର ଓ ଯାତ୍ରା ମାଲିକ କଳି। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଯାତ୍ରା କଳାକାର। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଯାତ୍ରା ବିବାଦ ବିଷୟରେ ଜଣାଇବାକୁ  ନେଇଛନ୍ତି ନିଷ୍ପତ୍ତି।

ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବେ ଯାତ୍ରା କଳାକାର ବାପି ପଣ୍ଡା ଓ ନରି ପଣ୍ଡା। କିଛି ଦିନ ହେବ ଲାଗି ରହିଥିବା ବିବାଦ କୌଣସି ପ୍ରକାରେ ସମାଧାନ ନ ହେବାରୁ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଯାତ୍ରା କଳାକାର।

କିଛି ଦିନ ହେବ ଯାତ୍ରା ମାଲିକ ଓ ଯାତ୍ରା କଳାକାରମାନଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଛି। କିଛି କଳାକାରଙ୍କୁ ଯାତ୍ରାରୁ ବ୍ୟାନ୍ କରାଯାଇଛି। ତ ଆଉ କାହାକୁ ବ୍ୟାନ୍ କରିଦେବାକୁ କୁହାଯାଇଛି।

ସେପଟେ କଳାକାରମାନେ ବି ଚୁପ୍ ବସିନାହାନ୍ତି। ସେମାନେ ବି ମୁହଁତୋଡ ଜବାବ ଦେଇଛନ୍ତି। ହେଲେ ସବୁ ପରେ ବି ଯାତ୍ରା କଳିର ସମାଧାନ ହୋଇପାରୁନି। ସେଥିପାଇଁ ସର୍ବଶେଷରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି କଳାକାର।