fbpx

ରାଜ୍ୟରେ ୨୮ରୁ ଶୀତଲହରୀ, ଜାଣନ୍ତୁ ୟେଲୋ ୱାର୍ଣ୍ଣିଂରେ କେଉଁ ଜିଲ୍ଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କେତେକ ସ୍ଥାନରେ କାଲି ସ୍ୱଳ୍ପ ବୃଷ୍ଟିପାତ ହୋଇପାରେ । ଜାନୁଆରୀ ୨୬ରେ ଘନ କୁହୁଡ଼ି ନେଇ ୮ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କନ୍ଧମାଳ, ନୟାଗଡ଼, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, କଟକ, ଯାଜପୁର ଓ ଭଦ୍ରକର କେତେକ ସ୍ଥାନରେ ଘନ କୁହୁଡି ହେବାର ଆଶଙ୍କା ରହିଛି ।

ଏହା ସହିତ ଜାନୁଆରୀ ୨୬ରୁ ୨୭ ମଧ୍ୟରେ ଘନ କୁହୁଡି ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କନ୍ଧମାଳ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁରର କେତେକ ସ୍ଥାନରେ ଘନ କୁହୁଡ଼ି ହେବା ଆଶଙ୍କା ରହିଛି ।

ସେହିପରି ଜାନୁଆରୀ ୨୮ରୁ ୨୯ ତାରିଖ ମଧ୍ୟରେ ୪ ଜିଲ୍ଲାରେ ଶୀତ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର ଓ ସୋନପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେବ । ଜାନୁଆରୀ ୨୯ରୁ ୩୦ ମଧ୍ୟରେ ୭ ଜିଲ୍ଲାରେ ପ୍ରବଳ ଶୀତକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Get real time updates directly on you device, subscribe now.