BREAKING: ରାଜ୍ୟରେ କାଳବୈଶାଖୀ ପ୍ରଭାବ, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆଜି ୧୫ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି। ବାଲେଶ୍ୱର, ମୟୂରଭଞ୍ଜରେ କୁଆପଥର ବର୍ଷା ସମ୍ଭାବନା।
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ। ଆଜି ୧୫ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି। ବାଲେଶ୍ୱର, ମୟୂରଭଞ୍ଜରେ କୁଆପଥର ବର୍ଷା ସମ୍ଭାବନା। ଦୁଇ ଦିନ କାଳବୈଶାଖୀ ଲାଗି ରହିବା ନେଇ ଆକଳନ।
ସୁନ୍ଦରଗଡ଼, କେନ୍ଦୁଝର,ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ, କଟକ, କେନ୍ଦ୍ରାପଡ଼ା, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ,ଜଗତସିଂହପୁର, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ବାଲେଶ୍ୱର, ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ। ଏଠାରେ କୁଆପଥର ବର୍ଷା ହେବା ନେଇ ସମ୍ଭାବନା ରହିଛି।
ରାଜ୍ୟରେ ଏବେ ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି । ଯାହା ଫଳରେ ସର୍ବୋଚ୍ଚ ତାପମାତ୍ରା ୪୦ଡ଼ିଗ୍ରୀ ତଳେ ରେକର୍ଡ ହେଉଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୩ଦିନ ପରେ ବର୍ଷାର ପ୍ରଭାବ କମିବା ସହ ପୁଣି ଆଭ୍ୟନ୍ତରୀଣ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର ଅନେକ ସ୍ଥାନରେ ତାପମାତ୍ରା ୪୦ଡ଼ିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି।