ଗୋଟେପଟେ ହିଟଓ୍ୱେଭ୍, ଅନ୍ୟପଟେ କାଳବୈଶାଖୀ, ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଆଜି କାଳବୈଶାଖୀ ନେଇ ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି।

ଭୁବନେଶ୍ୱର:  ପୁଣି ଆଜି କାଳବୈଶାଖୀ। ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି। ଗୋଟେପଟେ ହିଟଓ୍ୱେଭ୍ ଅନ୍ୟପଟେ କାଳବୈଶାଖୀ ତାଣ୍ଡବ। ଆଜି ପୁଣି ତାଣ୍ଡବ ରଚିବ କାଳବୈଶାଖୀ। ଦିନରେ କଲବଲ କରିବ ତାତି ଆଉ ଅପରାହ୍ନରେ ତାଣ୍ଡବ ରଚିବ କାଳବୈଶାଖୀ।

ତେଣୁ ଆଜି ୧୧ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

କାଳବୈଶାଖୀର ପ୍ରଭାବ ପଡିବାକୁ ଥିବା ୧୧ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲା ଗୁଡ଼ିକ ହେଉଛି ଗଞ୍ଜାମ, ଗଜପତି, ନୟାଗଡ଼, ପୁରୀ ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଏବଂ ଭଦ୍ରକ।

ଏହିସବୁ ଜିଲ୍ଲାରେ ଘଣ୍ଟାପ୍ରତି ପବନର ବେଗ ୩୦-୪୦ କିମି ବେଗରେ ପବନ ବହିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ସେପଟେ ହିଟଓ୍ୱେଭରେ ମଧ୍ୟ ପୁରୀରେ ଅଧିକ ପ୍ରଭାବ ରହିବ ବୋଲି କୁହାଯାଇଛି।