୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ, ଭୀଷଣ ଗ୍ରୀଷ୍ମପ୍ରବାହ ସହ କାଳବୈଶାଖୀ ଚେତାବନୀ
ଦିନରେ ଖରା ଗୁଳୁଗୁଳି, ଅପରାହ୍ନରେ କାଳବୈଶାଖୀ।
ଭୁବନେଶ୍ୱର: ଆଜି ଭୀଷଣ ଖରା। ସକାଳ ନ ହେଉଣୁ କଲବଲ କଲାଣି ଖରା ସାଙ୍ଗକୁ ଗୁଳୁଗୁଳି। ସେପଟେ ଆଜି ହିଟଓ୍ୱେଭ୍ ନେଇ ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
କେବଳ ହିଟଓ୍ୱେଭ୍ ନୁହେଁ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ କାଳବୈଶାଖୀ ନେଇ ଚେତବାନୀ ଦେଇଛି ପାଣିପାଗ କେନ୍ଦ୍ର। ଆଜି ପ୍ରବଳ ଖରା ସାଙ୍ଗକୁ ହେବ ଗୁଳୁଗୁଳି। ଅବଶ୍ୟ ଆଗକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତଥାପି ଏବେ କିନ୍ତୁ ଖରା ଗୁଳୁଗୁଳିରୁ ତ୍ରାହି ନେଇ।
ଏନେଇ ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେସବୁ ଜିଲ୍ଲା ଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର।