fbpx

ସାବଧାନ୍! ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୨ା୨ (ଓଡିଶା ଭାସ୍କର): ଆଗାମୀ ୨୪ ଘଣ୍ଟା ଯାଏ ୧୬ ଜିଲ୍ଲାକୁ ସମ୍ଭାବ୍ୟ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଶୀତ ଲହରି ଦୃଷ୍ଟିରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨-୩ ଦିନ ଯାଏ ଜିଲ୍ଲାରେ ତାପମାତ୍ରା ୩-୫ ଡିଗ୍ରୀ କମିବାର ସମ୍ଭାବନା ରହିଛି । ତେବେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡିକ ହେଉଛି- ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୂଆପଡା ଓ ନବରଙ୍ଗପୁର ।

ତେବେ ରାତିରେ ଲୋକମାନଙ୍କୁ ବାହାରକୁ ନ ବାହାରିବା ଲାଗି ପରାମର୍ଶ ଦିଆଯାଇଛି । ରାତିରେ ବାଇକ୍ ଓ ଖୋଲା କାରରେ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି । ଶୀତକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ କମିସନରମାନଙ୍କୁ ଏସଆରସିଙ୍କ କାର୍ଯ୍ୟାଳରୁ ଚିଠି ପଠାଯାଇଛି । ନିରାଶ୍ରୟଙ୍କ ପାଇଁ ରାତିରେ ସ୍କୁଲ ଓ କୋଠାଘର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.