fbpx

ପ୍ୟାରିସ୍ ପାରାଲିମ୍ପିକ୍ସରେ ଅଷ୍ଟମ ପଦକ ଜିତିଲା ଭାରତ; ଡିସ୍କସ୍ ଥ୍ରୋରେ ରୌପ୍ୟ ପଦକ ଜିତିଲେ ଯୋଗେଶ କାଥୁନିଆ

ନୂଆଦିଲ୍ଲୀ: ପ୍ୟାରିସ ପାରାଲିମ୍ପିକ୍ସରେ ଭାରତକୁ ମିଳିଲା ଅଷ୍ଟମ ପଦକ । ଡିସ୍କସ୍ ଥ୍ରୋରେ ରୌପ୍ୟ ପଦକ ଜିତିଲେ ଯୋଗେଶ କାଥୁନିଆ । ପୁରୁଷ ଡିସ୍କସ୍ ଥ୍ରୋ ଏଫ୍ ୫୬ ଇଭେଣ୍ଟରେ ରୌପ୍ୟ ପଦକ ଜିତିଲେ ଯୋଗେଶ । ଯୋଗେଶ କାଥୁନିଆଙ୍କ ପ୍ରଥମ ଥ୍ରୋ ଥିଲା ୪୨.୨୨ ମିଟର । ଏହାପରେ ଦ୍ବିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ମିଟର ଯଥାକ୍ରମେ ୪୧.୫୦ ମିଟର, ୪୧.୫୫ ମିଟର, ୪୦.୩୩ ମିଟର ଓ ୪୦.୮୯ ମିଟର ରହିଥିଲା ।

ତେବେ ଏଭଳି ଭାବେ ଭାରତ ଅଷ୍ଟମ ପଦକ ହାସଲ କରିଛି । ସେହିପରି ପଦକ ତାଲିକାରେ ଭାରତ ଏବେ ୩୦ତମ ସ୍ଥାନରେ ରହିଛି । ବର୍ତ୍ତମାନ ସୁଦ୍ଧା ଭାରତୀୟ ଖେଳାଳିମାନେ ୧ଟି ସ୍ୱର୍ଣ୍ଣ ପଦକ ବ୍ୟତୀତ ୩ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ଜିତିସାରିଛନ୍ତି । ପ୍ୟାରିସ୍ ପାରାଲିମ୍ପିକ୍ କ୍ରୀଡ଼ାର ପଞ୍ଚମ ଦିନରେ ଯୋଗେଶ କାଥୁନିଆ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି । ଯୋଗେଶ କାଥୁନିଆ ପୂର୍ବରୁ ଟୋକିଓ ଅଲିମ୍ପିକ୍ସ୨୦୨୦ରେ ରୌପ୍ୟ ପଦକ ଜିତିଥିଲେ ।

ଏଭଳି ଭାବେ ସେ କ୍ରମାଗତ ଦ୍ବିତୀୟ ପାରାଲିମ୍ପିକ୍ କ୍ରୀଡ଼ାରେ ରୌପ୍ୟ ପଦକ ଜିତି ଏକ ବଡ଼ ସ୍ଥାନ ହାସଲ କରିଛନ୍ତି । ଏବେ ଭାରତର ପଦକ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଭାରତୀୟ ଶୁଟର ଅବନୀ ଲେଖାରା ଆର୨ ମହିଳା ୧୦ ମିଟର ଏୟାର ରାଇଫଲ (ଏସଏଚ୧)ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହାପରେ ମୋନା ଅଗ୍ରୱାଲ ଏହି ଇଭେଣ୍ଟର କାଂସ୍ୟ ପଦକ ଜିତିଥିଲେ ।

Get real time updates directly on you device, subscribe now.