fbpx

୨୦୧୭ କଥା ମନେ ପକାଇଲେ ଯୋଗୀ ଆଦିତ୍ୟନାଥ: କହିଲେ, ସେଦିନ ଅଯୋଧ୍ୟାରେ ଦୀପାବଳି ପାଳନ ପାଇଁ ମତେ ରୋକା ଯାଇଥିଲା

ଯୋଧପୁର: ଭବ୍ୟ ରାମ ମନ୍ଦିରର ଉଦଘାଟନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଅଯୋଧ୍ୟା ମାଟି । ଚାରିଆଡ଼େ ଦେଖିବାକୁ ମିଳୁଛି ପ୍ରଭୁ ରାମଙ୍କ ଛବି, ଶୁଣିବାକୁ ମିଳୁଛି “ଜୟ ଶ୍ରୀ ରାମ” ନାରା । ତେବେ ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ସମାରୋହରେ ଯୋଗ ଦେବା ପାଇଁ ସମଗ୍ର ବିଶ୍ୱରୁ ସାଧୁ, ସନ୍ଥ ଏବଂ ମାନ୍ୟଗଣଙ୍କୁ ନିମନ୍ତ୍ରଣ କରାଯାଇଛି। ତେବେ ଏହି ଐତିହାସିକ ମୁହୂର୍ତ୍ତ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତ୍ୟେକ ଅଭିଭାଷଣକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି। ସେହିପରି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଉ ଏକ ଅଭିଭାଷଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଦିନେ ଅଯୋଧ୍ୟାରେ ଦୀପାବଳି ପାଳନ କରିବା ପାଇଁ ତାଙ୍କୁ ରୋକା ଯାଇଥିଲା ବୋଲି ସେ କହିଛନ୍ତି। ତେବେ ଏକ ଘଟଣା ବର୍ଣ୍ଣନା କରି ଯୋଗୀ କହିଛନ୍ତି, ମୋର ମନେ ଅଛି ଯେ ଯେତେବେଳେ ମୋତେ ୨୦୧୭ରେ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ସେତେବେଳେ ମୁଁ ଅଯୋଧ୍ୟାରେ ଦୀପାବଳି ପାଳନ କରିବି ବୋଲି କହିଥିଲି। କିନ୍ତୁ ଲୋକମାନେ ମୋତେ ପଚାରିଲେ ତୁମେ କ’ଣ କହୁଛ? ଏହା ଆପଣଙ୍କ ବିରୋଧରେ ଏକ ଖରାପ ମାହୋଲ ପରିବେଶ ସୃଷ୍ଟି କରିବ। ମୁଁ କହିଥିଲି ପ୍ରଭୁଙ୍କ ପାଦତଳକୁ ଯାଉଛି ଏବଂ ଯିଏ ଯାହା କହିବାକୁ ଚାହୁଁଛନ୍ତି ତାଙ୍କୁ କହିବାକୁ ଦିଅନ୍ତୁ। ସେତେବେଳେ ମୁଁ ଅଯୋଧ୍ୟାକୁ ଯାଇ କେବଳ ଦୀପାବଳି ପାଳନ କରିବା କଥା କହୁଥିଲି। ଆଜି ଆପଣ ଏଠାରେ ଆଲୋକର ପର୍ବ ଦେଖୁଛନ୍ତି। ଏହା ଦୁନିଆର ଏକ ମହାନ ପର୍ବରେ ପରିଣତ ହୋଇଛି। ଗୋଟିଏ ରେଜୋଲୁଶନ ରହିବା ଉଚିତ୍‌। ଆଜି ଅଯୋଧ୍ୟାରେ ଭଗବାନ ରାମଙ୍କର ଏକ ବିଶାଳ ମନ୍ଦିର ନିର୍ମାଣ କରାଯାଉଛି। ୫୦୦ ବର୍ଷ ପରେ ଭଗବାନ ତାଙ୍କ ମନ୍ଦିରରେ ବସିବାକୁ ଯାଉଛନ୍ତି।

ସୂଚନା ଥାଉକି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜସ୍ଥାନ ଗସ୍ତରେ ଆସିଛନ୍ତି। ସେ ଯୋଧପୁରର ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ବ୍ରହ୍ମଲିନ ଆୟାସ ଜୀ ଶ୍ରୀ ଯୋଗୀ କୈଳାଶନାଥ ଜୀ ମହାରାଜଙ୍କ ବିଶାଳ ଭଣ୍ଡାର ମହୋତ୍ସବରେ ଭାଗ ନେଇଥିଲେ। ଏଠାରେ ସାଧାରଣ ସଭାକୁ ସମ୍ବୋଧିତ କରି ଯୋଗୀ ଆଦିତ୍ୟନାଥ କହିଛନ୍ତି, ସିଦ୍ଧଙ୍କର ଏକ ଲମ୍ବା ପରମ୍ପରା ଆମର ଏଠାରେ ରହିଛି। ଏହା ଆମକୁ ସନାତନ ଧର୍ମର ପ୍ରକୃତ ମୂଲ୍ୟବୋଧ ଦେଖାଇଲା। କେବଳ ଗୋଟିଏ ଧର୍ମ ଅଛି ଏବଂ ତାହା ହେଉଛି ‘ସନାତନ ଧର୍ମ’। ଏହା ସହ ସେ ଅଯୋଧ୍ୟାରେ ଦୀପାବଳି ପାଳନ କରିବା ପାଇଁ ତାଙ୍କୁ ରୋକା ଯାଇଥିବା କଥା ମନେ ପକାଇଥିଲେ।

 

Get real time updates directly on you device, subscribe now.