fbpx

ସିଏଏ ହିଂସା ପରେ ଆକ୍ସନ ମୋଡରେ ଯୋଗୀ ସରକାର: ୧୦ ହଜାର ଲୋକଙ୍କ ଉପରେ ଅଭିଯୋଗ, ୬୦୦ରୁ ଅଧିକ ଗିରଫ

ଲକ୍ଷ୍ନୌ,୨୧ ।୧୨: ନାଗରିକତା ସଂଶୋଧନ ଆଇନ ବା (ସିଏଏ)କୁ ବିରୋଧ କରି ସାରା ଦେଶରେ ବିକ୍ଷୋଭ ଦେଖିବାକୁ ମିଳୁଛି । ଏଥିରେ ଉତ୍ତରପ୍ରଦେଶର ଅବସ୍ଥା ଅତ୍ୟଧିକ ଶୋଚନୀୟ ହୋଇଥିବା ବେଳେ ହିଂସାରେ ୧୧ ଲୋକଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ପୋଲିସ ୧୦ ହଜାରରୁ ଅଧିକ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ନାଁରେ ଅଭିଯୋଗ ଆଣିବା ସହ ୬୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି ।

ମେରଠ ଜୋନରୁ ୨୫୦ ଲୋକ ଗିରଫ ହୋଇଥିବା ବେଳେ ଲକ୍ଷ୍ନୌରେ ୨୧୮ ପ୍ରଦର୍ଶନକାରୀ ଗିରଫ ହୋଇଛନ୍ତି । ସେହିପରି ସୀତାପୁରରେ ୪୦୦ ପ୍ରଦର୍ଶନକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ୧୦ ଜଣ ଗିରଫ ହୋଇଛନ୍ତି । ବୁଲନ୍ଦସହରରେ ୮୫୦ ବିକ୍ଷୋଭକାରୀଙ୍କ ନାଁରେ ମାମଲା ଥିବା ବେଳେ ୧୬ ଜଣ ଗିରଫ ହୋଇଛନ୍ତି । ବିଜନୌରରେ ୧୨୦ ବିକ୍ଷୋଭକାରୀଙ୍କ ନାଁରେ ମାମଲା ରହିଛି । ଆଜି ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି। ବହୁ ଜିଲ୍ଲାରେ ଇଣ୍ଟରନେଟ୍ ସେବା ଠପ୍ ହୋଇଯାଇଛି।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କୁ ସାକ୍ଷାତ କରିଛନ୍ତି । ହିଂସାକୁ ନେଇ ଦୁହିଁଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଛି ।

Get real time updates directly on you device, subscribe now.