fbpx

‘ଆପଣ ଆଇସିସି ଟ୍ରଫି କଥା କହୁଛନ୍ତି, ମାତ୍ର କୋହଲି ତ ଏ ପର୍ଯ୍ୟନ୍ତ ଆଇପିଏଲ ଜିତି ପାରି ନାହାନ୍ତି’

ନୂଆଦିଲ୍ଲୀ : ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମୁକାବିଲାରେ ନ୍ୟୁଜିଲାଣ୍ଡ ହାତରୁ ଭାରତ ପରାଜିତ ହେବା ପରେ ପୁଣି ଥରେ ବିରାଟ କୋହଲିଙ୍କ ନେତୃତ୍ଵ ଉପରେ ପ୍ରଶ୍ନ ଉଠିଛି। ଆଇସିସି ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ତୃତୀୟ ପରାଜୟ ପରେ ବିରାଟଙ୍କୁ  ଅଧିନାୟକ ପଦରୁ ହଟାଇବାକୁ ମଧ୍ୟ ଦାବି ଉଠୁଛି। ଅନେକ ପୂର୍ବତନ ଖେଳାଳିଙ୍କ ମତରେ ଟି-୨୦ ଦଳର ଅଧିନାୟକ ଦାୟିତ୍ଵ ରୋହିତ ଶର୍ମାଙ୍କୁ ଦେବା ଉଚିତ୍। ତାଙ୍କ ନେତୃତ୍ଵରେ ଭାରତକୁ ଟି-୨୦ ବିଶ୍ଵ କପ୍ ଖେଳିବା ଉଚିତ୍। ଅପରପକ୍ଷେ କପିଲ ଦେବ, ସୁନିଲ ଗାଭାସ୍କରଙ୍କ ପରି ମହାନ ଖେଳାଳି ଅଧିନାୟକ ପଦକୁ ନେଇ ବିରାଟ କୋହଲିଙ୍କ ସମର୍ଥନ ମଧ୍ୟ କରିଛନ୍ତି। ବିରାଟଙ୍କ ସହିତ ଅନେକ ବର୍ଷ ଏକାଠି କ୍ରିକେଟ୍ ଖେଳିଥିବା ଭାରତର ପୂର୍ବତନ ବ୍ୟାଟସମ୍ୟାନ ସୁରେଶ ରୈନା ମଧ୍ୟ କୋହଲିଙ୍କ ନେତୃତ୍ଵ ଉପରେ ପ୍ରତିକ୍ରିୟା ଦେଇଛନ୍ତି।

‘ନ୍ୟୁଜ୍ ୨୪ ସ୍ପୋର୍ଟ୍ସ’ ସହିତ ସ୍ଵତନ୍ତ୍ର ଆଲୋଚନା ବେଳେ ସୁରେଶ ରୈନା କହିଛନ୍ତି, ମୋତେ ଲାଗୁଛି ଯେ, ସେ ନମ୍ଵର ଓ୍ଵାନ ଅଧିନାୟକ। ତାଙ୍କ ରେକର୍ଡ ଏହା ଦର୍ଶାଉଛି ଯେ, ସେ ବହୁତ କିଛି ହାସଲ କରିଛନ୍ତି। ମୋ ମତରେ ସେ ଦୁନିଆର ଏକ ନମ୍ଵର ବ୍ୟାଟସମ୍ୟାନ। ଆପଣ ଆଇସିସି ଟ୍ରଫି କଥା କହୁଛନ୍ତି, ମାତ୍ର ସେ ତ ଏ ପର୍ଯ୍ୟନ୍ତ ଆଇପିଏଲ ଟ୍ରଫି  ଜିତି ପାରି ନାହାନ୍ତି। ମୋ ହିସାବରେ ତାଙ୍କୁ ଆଉ କିଛି ସମୟ ଦେବା ଉଚିତ୍। ଆଗାମୀ  ବର୍ଷରେ କ୍ରମାଗତ ଦୁଇରୁ ତିନି ବିଶ୍ଵ କପ୍ ଖେଳାଯିବ। ଏଥିରେ ୨ ଟି-୨୦ ଓ ୫୦ ଓଭର ବିଶ୍ଵ କପ୍ ରହିଛି। ଫାଇନାଲ୍ ପର‌୍ୟ୍ୟନ୍ତ ପହଞ୍ଚିବା ସହଜ ନୁହେଁ, ବେଳେ ବେଳେ ଆପଣ କିଛି ଜିନିଷ ଅଳ୍ପକେରୁ ହରାଇ ଦିଅନ୍ତି।

ବିଶ୍ଵ ଟେଷ୍ଟ ଚାମ୍ପିଅନଶିପରେ ଭାରତର ପରାଜୟ ପଛର କାରଣ ଉଲ୍ଲେଖ କରି ରୈନା କହିଛନ୍ତି, ଲୋକେ କହୁଛନ୍ତି ଭିନ୍ନ ପରିବେଶ କାରଣରୁ ମାତ୍ର ମୋତେ ଲାଗୁଛି ଵ୍ୟାଟସମ୍ୟାନଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଦଳ ପରାଜିତ ହୋଇଛି। ବଡ ବଡ ବ୍ୟାଟସମ୍ୟାନଙ୍କୁ ଭାଗିଦାରୀ କରିବା ଉଚିତ୍। ରୈନା କହିଛନ୍ତି, ଭାରତୀୟ ଦଳ ଚୋକର୍ସ ନୁହେଁ ଏବଂ ଦଳ ଦୁଇଟି ୫୦ ଓଭର ଏବଂ ଗୋଟିଏ ଟି-୨୦  ବିଶ୍ଵ କପ୍ ଜିତି ସାରିଛି। ପୂର୍ବତନ ବ୍ୟାଟସମ୍ୟାନ ଭବିଷ୍ୟତବାଣୀ କରି କହିଛନ୍ତି, ଆଗାମୀ ୧୨ ରୁ ୧୬ ମାସ ଭିତରେ ଆଇସିସି ଟ୍ରଫି ଭାରତ ଆସିବ।

Get real time updates directly on you device, subscribe now.