fbpx

IRCTC ପକ୍ଷରୁ ଆସିଲା ଶସ୍ତା ପ୍ୟାକେଜ୍: କମ୍ ଟଙ୍କାରେ ବୁଲନ୍ତୁ ଥାଇଲାଣ୍ଡ, ଜାଣନ୍ତୁ ବୁକିଂ ଡିଟେଲ୍ସ

ନୂଆଦିଲ୍ଲୀ: ଯଦି ଆପଣମାନେ ବୁଲିବାକୁ ଭଲ ପାଆନ୍ତି, ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ପ୍ଲାନ୍ ଅଛି । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏକ ଶାନଦାର ଟୁର୍ ପ୍ୟାକେଜ୍ ଲଞ୍ଚ କରାଯାଇଛି । ଏହି ପ୍ୟାକେଜରେ ଆପଣମାନେ କମ୍ ଅର୍ଥରେ ଥାଇଲାଣ୍ଡ ବୁଲିବାର ସୁଯୋଗ ପାଇ ପାରିବେ । ଆସନ୍ତା ମାର୍ଚ୍ଚ ମାସରେ ଏହି ପ୍ୟାକେଜର ଯାତ୍ରା ଆରମ୍ଭ ହେବ ।

ଆଇଆରସିଟିସିର ଏହି ପ୍ୟାକେଜର ଶୁଭାରମ୍ଭ ମାର୍ଚ୍ଚ ମାସ ୧୭ ତାରିଖରୁ ଆରମ୍ଭ ହୋଇ ୨୨ରେ ସମାପ୍ତ ହେବ । । ଏହି ଅବସରରେ ଆପଣମାନେ ବ୍ୟାଙ୍କଙ୍କ, ପଟାୟାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ପଟାୟାରେ ନାଙ୍ଗ ନୂଚ, ଟ୍ରାପିକଲ ଗାର୍ଡନ, ଅଲକାଜାର ଶୋ’ ଓ କୋରଲ ଆଇଲ୍ୟାଣ୍ଡ, ବ୍ୟାଙ୍କଙ୍କର ଜେମ୍ସ ଗ୍ୟାଲେରୀ, ହାପଡେ ସିଟି ଟୁର, ଚାଓପ୍ରାୟା କ୍ରୁଜ, ସଫାରୀ ୱାର୍ଲ୍ଡ, ମରୀନ ପାର୍କ, ସି ଲାଇଫ, ଓଶିନ ୱାର୍ଲ୍ଡ ଆଦି ପର୍ଯ୍ୟଟନ ସ୍ଥଳ ଭ୍ରମଣ କରିପାରିବେ ।

ଏହି ପ୍ୟାକେଜରେ ଉତ୍ତରପ୍ରଦେଶର ରାଜଧାନୀରୁ ଫ୍ଲାଇଟ ବ୍ୟାଙ୍କକୁ ଯାତ୍ରା କରିବ । ଯାତ୍ରୀଙ୍କ ବିମାନ ଯାତ୍ରା, ଭିସା ଫିସ, ତିନି ତାରକା ହୋଟେଲରେ ରହଣି ବ୍ୟବସ୍ଥା, ଭାରତୀୟ ଖାଦ୍ୟ ବେକଫାଷ୍ଟ, ଲଞ୍ଚ ଓ ଡିନର ସବୁ ଆଇଆରସିଟିସି ଦ୍ୱାରା ବହନ କରାଯିବ । ଏହି ପ୍ୟାକେଜରେ ଜଣେ ବ୍ୟକ୍ତିଙ୍କ ପାଇଁ ଫିସ୍ ୫୭,୨୦୦ ଟଙ୍କା ରହିଛି । ଦୁଇ ଜଣ ଏକତ୍ର ରହିଲେ ଜଣଙ୍କୁ ୫୭,୨୦୦ ଟଙ୍କା ଦେବାକୁ ପଡ଼ିବ । ଜଣେ ବ୍ୟକ୍ତି ରହିଲେ ୬୬,୬୦୦ ଟଙ୍କା ଦେବାକୁ ପଡ଼ିବ । ଏଥିସହିତ ଶିଶୁଙ୍କ ପ୍ୟାକେଜ ବେଡ ସହିତ ୫୪,୩୦୦ ଓ ବିନା ବେଡ ପାଇଁ ୪୭,୧୦୦ ଟଙ୍କା ରହିଛି । ଏହି ପ୍ୟାକେଜକୁ ବୁକିଂ କରିବା ପାଇଁ ଆପଣମାନେ ଆଇଆରସିଟିସିର ୱେବସାଇଟ୍ www.irctctourism.com କୁ ଯାଇ ଅନଲାଇନରେ ବୁକିଂ କରିପାରିବେ ।

Get real time updates directly on you device, subscribe now.