fbpx

ଆପୋଲରେ ପହଞ୍ଚିଲେ ନବ ଦାସ; ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ବ୍ରଜରାଜନଗର ଗସ୍ତରେ ଯାଇଥିବା ବେଳେ ଗାନ୍ଧି ଛକ ନିକଟରେ ତାଙ୍କୁ ଗୁଳିମାଡ ହୋଇଛି । ଜଣେ ପୋଲିସ ଏଏସଆଇ ଏହି ଗୁଳିମାଡ କରିଥିବା ଏସଡିପିଓ ସୂଚନା ଦେଇଛନ୍ତି । ତେବେ ପୋଲିସ କର୍ମଚାରୀ ଜଣକ ୪ରୁ ୫ ରାଉଣ୍ଡ ଗୁଳି ଚଳାଇବା ଥିବା ବେଳେ ଗୋଟିଏ ଗୁଳି ମନ୍ତ୍ରୀଙ୍କ ଛାତିରେ ବାଜିଥିଲା । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ସ୍ଥାନାର କରାଯାଇଛି ।

ତେବେ ସ୍ୱତନ୍ତ୍ର ଏୟାର ଲିଫ୍ଟ ମାଧ୍ୟମରେ ମନ୍ତ୍ରୀଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ୫ ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି । ଏତତ୍ ବ୍ୟତତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆପୋଲୋ ହସ୍ପିଟାଲରେ ଉପସ୍ଥିତ ଥିବା ସୂଚନା ମିଳିଛି । ତେବେ ନବ ଦାସଙ୍କୁ ସାକ୍ଷାତ କରିବା ଏବଂ ଚିକିତ୍ସା ବ୍ୟବସ୍ଥାର ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ପହଞ୍ଚିଥିବା ସୂଚନା ମିଳିଛି ।

ଅନ୍ୟପକ୍ଷେ ମନ୍ତ୍ରୀଙ୍କ ଗୁଳିମାଡ ଘଟଣାକୁ ମୁଖ୍ୟମନ୍ତ୍ରୀ ଘୋର ନିନ୍ଦା କରିଛନ୍ତି । ଏଥିସହିତ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦଶ ଦେଇଛନ୍ତି । ଏଥିସହିତ ଗୁଳି କରିଥିବା ପୋଲିସ ଏଏସଆଇଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ପାଲିସ କର୍ମଚାରୀ ଜଣକ ୪ରୁ ୫ ରାଉଣ୍ଡ ଗୁଳି ଚଳାଇବା ଥିବା ବେଳେ ଗୋଟିଏ ଗୁଳି ମନ୍ତ୍ରୀଙ୍କ ଛାତିରେ ବାଜିଥିଲା । ଏଥିସହିତ ଅନ୍ୟ ଗୁଳି ଜଣେ କର୍ମୀଙ୍କ ଦେହରେ ବାଜିବା ସହ ପୋଲିସ କର୍ମଚାରୀଙ୍କ ହାତରେ ମଧ୍ୟ ଗୋଟିଏ ଗୁଳିବାଜିଥିବା ଜଣାପଡିଛି ।

Get real time updates directly on you device, subscribe now.