fbpx

(Video)‘ତୁମେ ଏ ଜନତାଙ୍କୁ ଜାଣ ନାହିଁ, ଏମାନଙ୍କ ଠାରୁ ଅଧିକ ସ୍ୱାର୍ଥୀ…’, ଅଯୋଧ୍ୟାରେ ବିଜେପିର ପରାଜୟ ପରେ ଭାଇରାଲ୍ ହେଉଛି ରାମଙ୍କ ଭିଡିଓ

Advertisement

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଜେପିର ହାରକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି । ଏହି ଚର୍ଚ୍ଚା ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚା ଅଯୋଧ୍ୟା ଅର୍ଥାତ୍ ଫୈଜାବାଦ ଲୋକସଭା ସିଟ୍‌କୁ ନେଇ ହିଁ ହେଉଛି । ରାମ ମନ୍ଦିର ଉଦ୍‌ଘାଟନ ପରେ ବିଜେପି ଉତ୍ତରପ୍ରଦେଶରେ ବଡ ବିଜୟ ନେଇ ଆଶ୍ୱସ୍ତ ଥିଲା । କିନ୍ତୁ ଅଯୋଧ୍ୟାରେ ହିଁ ବିଜେପିକୁ ବଡ ପରାଜୟର ସାମ୍ନା କରିବାକୁ ପଡିଲା । ଏପରି ସ୍ଥିତିରେ ରାଜନୀତି ବିଶ୍ଲେଷକଙ୍କ ସହ ସାଧାରଣ ଜନତା ଓ ୟୁଟ୍ୟୁବର ବି ଏହି ପରାଜୟକୁ ନେଇ ଆକଳନ କରିବାରେ ଲାଗିିଛନ୍ତି ।

ସୋସିଆଲ ମିଡିଆରେ ଅଯୋଧ୍ୟାରେ ପରାଜୟର ବହୁ କାରଣ ବିଷୟରେ ଚର୍ଚ୍ଚା ହେଉଛି । ଏହାସହିତ ଅଯୋଧ୍ୟାବାସୀଙ୍କ ସହିତ ଉତ୍ତରପ୍ରଦେଶ ଜନତା ବି ଏହି ନିଷ୍ପତ୍ତି ଉପରେ ଭିନ୍ନ ଭିନ୍ନ ମତ ରଖୁଛନ୍ତି । ଏହାରି ମଧ୍ୟରେ ବହୁ ଚର୍ଚ୍ଚିତ ଟିଭି ଧାରାବାହିକ ରାମାୟଣର ଏକ କ୍ଲିପ୍ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି । ଏଥିରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ମଧ୍ୟରେ କଥୋପକଥନ ଶୁଣିବାକୁ ମିଳୁଛି । ଏହି ସମୟରେ ପ୍ରଭୁ ଶ୍ରୀରାମ ଜନତାଙ୍କ ବ୍ୟବହାରକୁ ନେଇ ଦୁଃଖ ପ୍ରକାଶ କରୁଛନ୍ତି ଓ କହୁଛନ୍ତି ଜତନାଙ୍କ ଠାରୁ ଅଧିକ ସ୍ୱାର୍ଥୀ ଆଉ କେହି ନାହାନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ଫୈଜାବାଦ ଲୋକସଭା ସିଟ୍‌ରେ ବିଜେପିର ଲଲୁ ସିଂହଙ୍କୁ ସମାଜବାଦୀ ପାର୍ଟିର ଅବଧେଶ ପ୍ରସାଦ ୫୦ ହଜାରରୁ ଅଧିକ ଭୋଟରେ ହରାଇ ଦେଇଛନ୍ତି । ତେବେ ବହୁ ଗ୍ରାଉଣ୍ଡ ରିପୋର୍ଟରୁ ଏହା ସାମ୍ନାକୁ ଆସିଛି କି ସ୍ଥାନୀୟ ଲୋକମାନେ କ୍ଷତିପୂରଣକୁ ନେଇ ନାରାଜ ଥିଲେ । ଏହା ସହିତ ପୂର୍ବତନ ସାଂସଦ ଲଲୁ ସିଂହଙ୍କ କାର୍ଯ୍ୟକଳାପ ବି ସନ୍ତୋଷଜନକ ନ ଥିଲା । ଏଠାରେ ସୂଚାଇ ଦିଆଯାଇପାରେ କି ଉତ୍ତରପ୍ରଦେଶରେ ବିଜେପିକୁ ୩୩ ସିଟ୍‌ରେ ବିଜୟ ହାସଲ ହୋଇଛି ।

Get real time updates directly on you device, subscribe now.