fbpx

ଶିଖିବା ଲାଗି ମସ୍ତିଷ୍କର ଆବଶ୍ୟକତା ନାହିଁ, ଏହି ମାଛ ଉପରେ ବୈଜ୍ଞାନିକ ଅଧ୍ୟୟନରୁ ଆସିଲା ତଥ୍ୟ

ନୂଆଦିଲ୍ଲୀ: କିଏ କହୁଛି ଯେ ଶିଖିବା ଲାଗି ମସ୍ତିଷ୍କର ଆବଶ୍ୟକତା ରହିଛି । ଆଦୌ ନୁହେଁ । ଆପଣ ଜାଣନ୍ତି କି ଏପରି ଏକ ଜୀବ ରହିଛି ଯାହା ପାଖରେ ମସ୍ତିଷ୍କ ନାହିଁ । କିନ୍ତୁ ଏହି ଜୀବ ମଧ୍ୟରେ ଶିଖିବାର ଦକ୍ଷତା ପ୍ରଥମେ ଦେଖାଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ବିନା ମସ୍ତିଷ୍କରେ ବି ବହୁ କଥା ଶିଖିପାରିଛି ଏହି ଜୀବ । ଆସନ୍ତୁ ଜାଣିବା ଏହି ଜୀବ ବିଷୟରେ ।

ଏହି ଜୀବର ନାମ ହେଉଛି ବକ୍ସ ଜେଲିଫିସ୍ ଯାହା ମଧ୍ୟରେ ଶିଖିବାର ଦକ୍ଷତା ଅନ୍ୟ ସମସ୍ତ ଜୀବଙ୍କ ଠାରୁ ପ୍ରଥମେ ଦେଖାଯାଇଥିଲା । ଏହି ବକ୍ସ ଜେଲିଫିସ୍ କାର୍‌ବିଅନ ମାନଗ୍ରୋଭ ଫରେଷ୍ଟରେ ପ୍ରାୟତଃ ଦେଖାଯାଆନ୍ତି । ଏମାନଙ୍କ ଶରୀର ପାରଦର୍ଶୀ ହୋଇଥାଏ । ଏହି ବକ୍ସ ଜେଲିଫିସ୍ ଅନ୍ୟ ଜେଲିଫିସ୍ ଠାରୁ ଅଲଗା ହୋଇଥାନ୍ତି । କାରଣ ହେଉଛି ଏମାନଙ୍କ କାଚ ପରି ଶରୀର । ଅଙ୍ଗୁର ପରି ଦେଖାଯାଉଥିବା ଏମାନଙ୍କ ଆଗପଟରେ ୨୪ ଆଖି ରହିଛି । କିନ୍ତୁ ଏମାନଙ୍କର ମସ୍ତିଷ୍କ ନାହିଁ ।

ଏହି ଜୀବ ନିଜର କ୍ୟୁବ ଆକାରର ଶରୀରକୁ ନ୍ୟୁରନ୍ସ ନେଟୱାର୍କ ଦ୍ୱାରା ସମ୍ଭାଳି ଥାଏ । ଏହାର ଶରୀରର ନ୍ୟୁରନ ନେଟୱାର୍କ ବହୁତ ଜଟିଳ ହୋଇଥାଏ । ଏହି ଜେଲିଫିସ୍ ଅନ୍ୟ ଜୀବ ଠାରୁ ପୁରାପୁରି ଅଲଗା । କୋଟି କୋଟି ବର୍ଷ ଧରି ଏହି ଜେଲିଫିସ୍ ବିନା ମସ୍ତିଷ୍କରେ ଶିଖି ଆସୁଛି ବୋଲି ଅଧ୍ୟନରୁ ଜଣାପଡିଛି ।

ବୈଜ୍ଞାନିକମାନେ ଏହି ଜେଲିଫିସ୍ ଉପରେ ଅଧ୍ୟୟନ କରି ଜାଣି ପାରିଛନ୍ତି ଏହା ନିଜର ୨୪ ଆଖି ସହାୟତାରେ ଶିଖିଥାଏ । ଆଖିରେ ଯାହା ଦେଖାଯାଇଥାଏ ତାହା ନ୍ୟୁରନ୍ସର ନେଟୱାର୍କକୁ ଯାଇ ପ୍ରୋସେସ୍ ହୋଇଥାଏ । ଭିଜୁଆଲ ପ୍ରୋସେସିଂ ଜରିଆରେ ଏହା ଲ୍ୟାଣ୍ଡମାର୍କ ଧାର୍ଯ୍ୟ କରି ପହଁରିଥାଏ । ଏହାର ନର୍ଭସ ସିଷ୍ଟମ ବି କମାଲ ହୋଇଥାଏ । ଭବିଷ୍ୟତରେ ଏହି ମାଛ ହିଁ ଦିଶା ନିର୍ଦ୍ଦେଶ କରିବ ବିନା ମସ୍ତିଷ୍କରେ ଶିଖିବାର ପ୍ରକ୍ରିୟା କିପରି ବିକଶିତ ହୋଇଛି ।

ବୈଜ୍ଞାନିକମାନେ ଏବେ ଏହି ମାଛକୁ ଅଲଗା ଅଲଗା ଜିନିଷ ଶିଖାଇବା ଲାଗି ଚେଷ୍ଟା କରୁଛନ୍ତି । କେବଳ ଏତିକି ନୁହେଁ ଏହି ମାଛ କେବଳ ଦେଖି ନିଜର ନର୍ଭସ ସିଷ୍ଟମ ଆଧାରରେ ସମୁଦ୍ରରେ ନିଜର ଶିକାର ଓ ଶିକାରୀକୁ ଦେଖିଥାଏ ଓ ଆକ୍ରମଣରୁ ନିଜକୁ ରକ୍ଷା କରିଥାଏ । ଏହି ପ୍ରକାର ଶିଖିବାର ପ୍ରକ୍ରିୟାକୁ ଆସୋସିଏଟିଭ୍ ଲର୍ଣ୍ଣିଂ କୁହାଯାଏ ।

Get real time updates directly on you device, subscribe now.