fbpx

ସାବଧାନ୍! ପୋଷା କୁକୁର ରଖିଲେ BMCକୁ ଦେବେ ଜରିମାନା: ଖୁବଶୀଘ୍ର ଆସୁଛି ବଡ ନିୟମ

ଭୁବନେଶ୍ୱର: ପୋଷା କୁକୁର ରଖିବାକୁ ଚାହୁଁଥିଲେ ଏବେଠୁ ହୋଇଯାଆନ୍ତୁ ସାବଧାନ୍ । କାରଣ ଆପଣଙ୍କ ଉପରେ ରହିଛି ଭୁବନେଶ୍ୱର ମହାନଗର ନିଗମର ନଜର । ଖୁବଶୀଘ୍ର ପୋଷା କୁକୁରଙ୍କ ପାଇଁ ବିଏମସି ଆଣିବ ନୂଆ ନିୟମ । ପୋଷା କୁକୁର ରଖିବା ଦ୍ୱାରା ଆପଣଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ କୁକୁରଙ୍କ ଦୈନନ୍ଦିନ କାର୍ଯ୍ୟ କରିବା ଉପରେ ମଧ୍ୟ ନିୟମ ଲାଗୁ କରିବ ବିଏମସି ।

ବିଏମସିର ଏହି ନୂଆ ନିୟମ ଅନୁଯାୟୀ, ପୋଷା କୁକୁର କୌଣସି ବ୍ୟକ୍ତିଙ୍କୁ କାମୁଡିଲେ କୁକୁରର ମାଲିକ ଏଥିପାଇଁ ଦାୟୀ ରହିବେ । କୁକୁର କାମୁଡିବା ନେଇ ସମ୍ପୃକ୍ତ ବ୍ୟକ୍ତି ଅଭିଯୋଗ କଲେ ଏଥିପାଇଁ କୁକୁରର ମାଲିକଙ୍କୁ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ । ଏହାବ୍ୟତୀତ କୁକୁର ବାହାରେ କେଉଁଠି ମଳତ୍ୟାଗ କଲେ ମଧ୍ୟ ଏଥିପାଇଁ ମାଲିକଙ୍କୁ ଫାଇନ ଦେବାକୁ ପଡିବ । ସେହିପରି ମାଲିକ ଯେ କୌଣସି ସମୟରେ କୁକୁରକୁ ବାହାରକୁ ଆଣିପାରିବେ ନାହିଁ । ତେଣୁ ନିୟମ ଅନୁସାର, ପୋଷା କୁକୁର ରଖିବା ପାଇଁ ରେଜିଷ୍ଟ୍ରେସନ ଫି’ ବାବଦକୁ ୫୦୦ ଟଙ୍କା ଦେୟ ରହିବ । କୁକୁର ରଖୁଥିବା ବ୍ୟକ୍ତିଙ୍କ ଘର ଆଖପାଖରେ ରହୁଥିବା ଅନ୍ୟ ବ୍ୟକ୍ତିମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ଅନେକ ସମୟରେ ବାହାରେ ବୁଲୁତିବା ପୋଷା କୁକୁର ଲୋକମାନଙ୍କୁ କାମୁଡିବା ସହ ଘର ଆଗରେ ଏବଂ ମଳତ୍ୟାଗ କରିବା ଘଟଣାକୁ ନେଇ ଅନେକ ଅଭିଯୋଗ ଆସୁଛି । ତେଣୁ ଏହାକୁ ନଜରରେ ରଖି ବିଏମସି ଏହିପରି ଏକ ନିଷ୍ପତ୍ତି ନେଇଛନ୍ତି । ଏହି ନିୟମକୁ ପାସ୍ କରିସାରିବା ପରେ ବିଏମସି ସରକାରଙ୍କ ପାଖକୁ ପଠାଇ ସାରିଥିବା ଜଣାଯାଇଛି । ତେବେ କିଛି ଲେକା ଏହାକୁ ସ୍ୱାଗତ କରିଥିବା ବେଳେ ଆଉ କିଛି ଲୋକ ଏହାକୁ ବିରୋଧ କରିଛନ୍ତି । କିନ୍ତୁ ଖୁବଶୀଘ୍ର ଏ ନେଇ ନିୟମ ଲାଗୁ ହେବାର ଆଶା କରାଯାଉଛି ।

Get real time updates directly on you device, subscribe now.