fbpx

ଇ-ଶ୍ରମ କାର୍ଡ ଅଧୀନରେ ଆପଣଙ୍କୁ ବି ମିଳିବ ଏହି ସରକାରୀ ଯୋଜନାର ଫାଇଦା, ଜାଣନ୍ତୁ କିପରି?

ନୂଆଦିଲ୍ଲୀ: ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କ ଆର୍ଥିକ ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାରି ମଧ୍ୟରେ ଦେଶରେ ଯେତେ ବି ଲୋକେ ଅସଂଗଠିତ ଭାବେ କାମ କରୁଛନ୍ତି, ସମସ୍ତଙ୍କ ପାଇଁ ଇ-ଶ୍ରମ କାର୍ଡ ଲାଗୁ କରାଯାଇଛି । ଏହା ଅଧିନରେ ଆପଣଙ୍କ ସମସ୍ତ ସରକାରୀ ଯୋଜନାର ଲାଭ ମିଳିବ । ଏହି ଯୋଜନାଗୁଡିକର ଲାଭ ଉଠାଇବାକୁ ପାଇଁ ଆପଣଙ୍କୁ ଓ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡ଼ିବ । ଏହା ପରେ ଦେଶରେ କାମ କରୁଥିବା ସମସ୍ତ ଶ୍ରମିକମାନେ ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଇପାରିବେ ।

ତେବେ କାର୍ଡ ପାଇଁ ୧୯ରୁ ୫୯ ବର୍ଷ ବୟସରେ କୌଣସି ବି ବ୍ୟକ୍ତି ରେଜିଷ୍ଟ୍ରେସନ କରିପାରିବେ । ଅନଲାଇନରୁ ନେଇ ଅଫଲାଇନ ମାଧ୍ୟମରେ ଆପଣ ପଞ୍ଜିକରଣ କରିପାରିବେ । ଇ-ଶ୍ରମ କାର୍ଡ ପାଇଁ ଆପଣଙ୍କୁ ଏହାର ପୋର୍ଟାଲ eshram.gov.inରେ ନିଜକୁ ପଞ୍ଜୀକୃତ କରିବାକୁ ପଡିବ । ଏଥିରେ ପଞ୍ଜିକରଣ ଶୁଳ୍କ ସମ୍ପୂର୍ଣ୍ଣ ମାଗଣା । ତେବେ ଆସନ୍ତୂ ଜାଣିବା ଏଥିରେ ଦିଆଯାଉଥିବା ସରକାରୀ ଲାଭ ବିଷୟରେ…

– ଇ-ଶ୍ରମ କାର୍ଡ ପାଇଁ ଆବେଦନ କଲେ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା କଭର ଦିଆଯିବ । ଯଦି ଶ୍ରମିକ ଦୁର୍ଘଟଣାର ଶିକାର ହୁଅନ୍ତି, ତେବେ ମୃତ୍ୟୁ କିମ୍ବା ସଂପୂର୍ଣ୍ଣ ଅକ୍ଷମତା ପରିସ୍ଥିତିରେ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

– ଭବିଷ୍ୟତରେ ଯଦି ସରକାର ଶ୍ରମିକମାନଙ୍କ ପାଇଁ କୌଣସି ନୂଆ ଯୋଜନା ଆଣନ୍ତି, ତେବେ ପଞ୍ଜୀକୃତ ଲୋକମାନେ ମଧ୍ୟ ଏହାର ସମ୍ପୂର୍ଣ୍ଣ ଓ ସିଧାସଳଖ ଲାଭ ପାଇବେ ।

– ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଯଦି ସରକାର ସିଧାସଳଖ କୌଣସି ସୁବିଧା ଦେବାକୁ ଚାହାଁନ୍ତି, ତେବେ ଶ୍ରମିକମାନେ ଏହାକୁ ସହଜରେ ନେଇ ପାରିବେ ।

– ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ କିମ୍ବା ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଏବେ ଦେଶର ସମାନ ପରିମାଣର ରାସନ ମିଳୁଛି । କିନ୍ତୁ ଇ-ଶ୍ରମ କାର୍ଡର ତଥ୍ୟ ଆଧାରରେ, ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନେ ଅନ୍ୟ ଲୋକଙ୍କ ଅପେକ୍ଷା ଅଧିକ ରାସନ ପାଇପାରିବେ ।

– ଦେଶରେ ଏପରି ଅନେକ ଶ୍ରମିକ ଅଛନ୍ତି, ଯେଉଁମାନେ ପ୍ରତିଦିନ ମଜୁରୀ କରି ନିଜ ଜୀବନ ବିତାଉଛନ୍ତି ଓ ସେମାନଙ୍କ ପାଖରେ ରହିବାକୁ ଘର ନାହିଁ । ଏଭଳି ପରିସ୍ଥିତିରେ ସରକାର ପିଏମ ଆବାସ ଅଧୀନରେ ଭବିଷ୍ୟତରେ ସେମାନଙ୍କୁ ଫାଇଦା ଦେଇପାରିବେ । କିନ୍ତୁ ଇ-ଶ୍ରମ କାର୍ଡ ମିଳିବା ପରେ ଆପଣ ଏହି ସମସ୍ତ ଯୋଜନାର ଲାଭ ଉଠାଇପାରିବେ ।

Get real time updates directly on you device, subscribe now.