fbpx

ଆପଣ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇଲେ ବି ଚାର୍ଜ ଦେବେ! ସାମାନ୍ୟ ଅଜ୍ଞତା ପାଇଁ ଆପଣଙ୍କର ହଜାର ହଜାର କଟିପାରେ, କ’ଣ ରହିଛି ନିୟମ

Advertisement

ନୂଆଦିଲ୍ଲୀ: ସମସ୍ତ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନିଜ ଆକାଉଣ୍ଟରୁ ଟଙ୍କା ଉଠାଇବା ସମସ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ବୋଲି ଯଦି ଆପଣମାନେ ଭାବୁଛନ୍ତି, ତେବେ ଏହା ଆପଣଙ୍କର ଭୁଲ୍ ଧାରଣା । ଆକାଉଣ୍ଟରୁ ଟଙ୍କା ଉଠାଇବା ପୂର୍ବରୁ ଆପଣଙ୍କୁ କିଛି ନିୟମ ମାନିବାକୁ ପଡ଼ିବ । ନଚେତ୍ ଆପଣଙ୍କୁ ଅଧିକ ଟ୍ୟାକ୍ସ ଦେବାକୁ ପଡ଼ିପାରେ ।

ଆୟକର ଅଧିନିୟମର ଧାରା ୧୯୪ଏନ ମୁତାବକ, ଯଦି ଜଣେ ବ୍ୟକ୍ତି ଗୋଟିଏ ବର୍ଷରେ ୨୦ ବର୍ଷରୁ ଅଧିକ ଟଙ୍କା ଉଠାନ୍ତି ତେବେ ତାଙ୍କୁ ଟ୍ୟାକ୍ସ ଡିଡକ୍ଟେଡ ସୋର୍ସ (ଟିଡିଏସ୍) ଦେବାକୁ ପଡ଼ିବ । ତେବେ ଏହି ନିୟମ ସମସ୍ତଙ୍କ ପାଇଁ ଲାଗୁ ନୁହେଁ । ଯେଉଁମାନେ କ୍ରମାଗତ ୩ ବର୍ଷ ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ (ଆଇଟିଆର) ଦାଖଲ କରିନଥିବେ ସେମାନଙ୍କ ପାଇଁ ଏହା ଲାଗୁ ହେବ । କୌଣସି ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଉଠାଇଲେ ଏହି ବ୍ୟକ୍ତିମାନଙ୍କୁ ଟିଡିଏସ୍ ଦେବାକୁ ପଡ଼ିଥାଏ ।

ଯେଉଁ ଲୋକମାନେ ନିୟମିତ ଭାବେ ଆୟକର ଦାଖଲ କରୁଛନ୍ତି ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ଏହି ଗ୍ରାହକମାନେ ପ୍ରତି ଆର୍ଥିକ ବର୍ଷରେ ଟିଡିଏସ ନଦେଇ ବ୍ୟାଙ୍କ, ଡାକଘରେ ଥିବା ଆକାଉଣ୍ଟରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍ ଉଠାଇ ପାରିବେ । ଆପଣ ବ୍ୟାଙ୍କ ଆକାଉଣ୍ଟରୁ ୧ କୋଟିରୁ ଅଧିକ ଉଠାଇଲେ ସେଥିପାଇଁ ୨ ପ୍ରତିଶତ ଟିଡିଏସ୍ ଦେବାକୁ ପଡ଼ିବ । କ୍ରମାଗତ ୩ ବର୍ଷ ପର୍ଯ୍ୟନ୍ତ ଟିଡିଏସ ନ ଭରିଲେ ୨୦ ଲକ୍ଷରୁ ଅଧିକ ଟଙ୍କା ଉଠାଣ କ୍ଷେତ୍ରରେ ୨ ପ୍ରତିଶତ ଲାଗିବ ଓ ୧ କୋଟିରୁ ଅଧିକ ଉଠାଣ କ୍ଷେତ୍ରରେ ୫ ପ୍ରତିଶତ ଟିଡିଏସ୍ ଲାଗିବ ।

Get real time updates directly on you device, subscribe now.