fbpx

ସେଲଫି ନେଉଛି ଜୀବନ: ଏଣିକି ସେଲଫି ନେଲେ ୨୫ ହଜାର ଜରିମାନା ଗଣିବେ, ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲାଗୁ ହେବ ନିୟମ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସେଲଫି ନିଶା ଯୁବପୀଢ଼ିଙ୍କ ମଧ୍ୟରେ ଖୁବ୍ ଦେଖିବାକୁ ମିଳୁଛି । ସାଧାରଣ ଭାବେ ସେଲଫି ନେଲେ ଯଦିଓ ସେପରି କିଛି ଅସୁବିଧା ହୁଏ ନାହିଁ, ତେବେ ଅନେକ ସମୟରେ ଅସାବଧାନତା ହିଁ ବିପଦକୁ ଡାକି ଆଣିଥାଏ । ବିଶେଷ କରି ବିଶାଳକାୟ ଅଟ୍ଟାଳିକା ଉପରେ, ଘରର ଛାତ ଉପରେ, ଡଙ୍ଗା ଓ ଜାହାଜ ଉପରେ, ପାଣି ଭିତରେ, ବ୍ରିଜ ଉପରେ, ବସ୍ ଉପରେ, ଟ୍ରେନ ଉପରେ, ହେଲିକପ୍ଟର ଉପରେ ସେଲଫି ନେଇ ଅନେକ ଜୀବନ ଅକାଳରେ ଚାଲି ଯାଉଛି । ଗତକାଲି ଉତ୍ତରାଖଣ୍ଡରେ ଜଣେ ବିମାନ କର୍ମଚାରୀଙ୍କର ସେଲଫି କାରଣରୁ ମୃତ୍ୟୁ ଘଟିଥିଲା ।

ତେବେ ଏହା ମଧ୍ୟରେ ସେଲଫିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଣିକି ସେଲଫି ନେଲେ ଆପଣଙ୍କ ଉପରେ ଲାଗୁ ହେବ ମୋଟା ଅଙ୍କର ଫାଇନ୍ । ଯଦି ଆପଣମାନେ ନିୟମ ନ ମାନି ସେଲଫି ନେବେ ତେବେ ଏଥିପାଇଁ ଟଙ୍କେ କି ଦୁଇ ଟଙ୍କା ନୁହେଁ, ୨୫ ହଜାର ଟଙ୍କା ଗଣିବାକୁ ପଡ଼ିବ । ଏହି ଖବର ଶୁଣିବା ପରେ ସେଲଫି ପ୍ରେମୀଙ୍କ ହୋସ୍ ନିଶ୍ଚିତ ଭାବେ ଉଡ଼ିଯିବ । ତେବେ ଭାରତରେ ଏହି ନିୟମ ଲାଗୁ ହୋଇନାହିଁ ।

ସୂଚନା ମୁତାବକ, ଇଟାଲିର ପୋର୍ଟୋଫିନୋ ନାମକ ଏକ ସହରରେ ସେଲଫିକୁ ନେଇ କଡ଼ା ନିୟମ ଲାଗୁ କରାଯାଇଛି । ଏହି ସହରର ଆକର୍ଷଣୀୟ ସୌନ୍ଦର୍ଯ୍ୟ ଦେଶ ବିଦେଶର ବହୁ ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକର୍ଷିତ କରିଥାଏ । ସେଲଫି ନେବା କାରଣରୁ ଅନେକ ସମୟରେ ସେଠାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ । ପର୍ଯ୍ୟଟକମାନେ ରାସ୍ତା ମଝିରେ ସେଲଫି ନେବା କାରଣରୁ ଯାତ୍ରୀଙ୍କୁ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେଣୁ ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ନୂଆ କଟକଣା ଲାଗୁ କରାଯାଇଛି । ଯଦି ଆପଣମାନେ ଏହି ଅଞ୍ଚଳରେ ସେଲଫି ନେବେ ତେବେ ଏଥିପାଇଁ ଆପଣଙ୍କ ଉପରେ ୨୭୫ ୟୁରୋ ଅର୍ଥାତ ୨୪,୭୯୦ ଟଙ୍କା ଜରିମାନା ଲାଗିବ । ସକାଳ ୧୦.୩୦ ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ନିମୟ ବଳବତ୍ତର ରହିବ ।

Get real time updates directly on you device, subscribe now.