fbpx

ସାବଧାନ! ଅନ୍ୟକୁ ଗାଡ଼ି ଦେଲେ ଆପଣ ଜେଲ୍ ଯିବେ, ଦେବାକୁ ପଡ଼ିବ ଜରିମାନା

Advertisement

ନୂଆଦିଲ୍ଲୀ: ଅନେକ ସମୟରେ ଆପଣ ନିଜ ଗାଡ଼ି ଅନ୍ୟକୁ ଦେଇଥାନ୍ତି । ତେବେ ଏହି ସାହାଯ୍ୟ କରିବା ମନୋବୃତ୍ତି ପାଇଁ ବେଳେବେଳେ ଆପଣ ଫସି ପାରନ୍ତି । ଏଥିପାଇଁ ଆପଣ ଜରିମାନା ଦେବା ସହ ଜେଲ ମଧ୍ୟ ଯାଇ ପାରନ୍ତି । ଏଥିପାଇଁ ରହିଥିବା ନିୟମ ବିଷୟରେ ଆପଣମାନେ ଜାଣିବା ନିହାତି ଜରୁରୀ । ଏପରି କିଛି ସାମାନ୍ୟ କଥା ପାଇଁ ଆପଣ ଫସି ପାରନ୍ତି ।

କିଛି ଲୋକ ଅନ୍ୟ କେହି ଗାଡ଼ି ମାଗିଲେ କାଳ ବିଳମ୍ବ ନକରି ସଙ୍ଗେସଙ୍ଗେ ଚାବି ବଢ଼ାଇ ଦେଇଥାନ୍ତି । ଯଦି ଆପଣ କୌଣସି ଅଜଣା ଲୋକଙ୍କୁ ଗାଡ଼ି ଦେଉଛନ୍ତି, ତା’ ପୂର୍ବରୁ ଯାନ ନିୟମ ବିଷୟରେ ଜାଣିବା ନିହାତି ଜରୁରୀ । ଯଦି ଆପଣ କୌଣସି ନାବାଳକଙ୍କୁ ଗାଡ଼ି ଦେଉଛନ୍ତି ତେବେ ସେ ଧରାପଡ଼ିଲେ ଆପଣ ନିଜ ପକେଟରୁ ଜରିମାନା ଭରିବେ । ଏପରିକି ନିୟମ ଅନୁଯାୟୀ ଆପଣ ଜେଲ ମଧ୍ୟ ଯାଇ ପାରନ୍ତି ।

ନାବାଳକ ଗାଡ଼ି ଚଳାଉଥିବା ସମୟରେ ଦୁର୍ଘଟଣା ଘଟାଇଲେ ଚାଳକଙ୍କୁ ୩ ବର୍ଷର ଜେଲ ଦଣ୍ଡ ହେବ । ଏଥିସହିତ ଏହି ମାମଲାରେ ବାହନ ମାଲିକଙ୍କ ଉପରେ ଅର୍ଥ ଦଣ୍ଡ ଲାଗୁ ହେବ । ଏହି ଜରିମାନା ୨୫ ହଜାର ପର୍ଯ୍ୟନ୍ତ ହୋଇପାରେ । ଏପରିକି ୩ ବର୍ଷର ଜେଲଦଣ୍ଡ ମଧ୍ୟ ହୋଇପାରେ । ନିୟମ ଅନୁଯାୟୀ, ୧୬ରୁ ୧୮ ବର୍ଷୀୟ ନାବାଳକ ବିନା ଗିୟରବାଲା ଗାଡ଼ି ଚଳାଇପାରିବେ ।

Get real time updates directly on you device, subscribe now.