fbpx

୨୦୨୨ରେ ରବିବାର ପାଇଁ ନଷ୍ଟ ହେବ ୪ଟି ଛୁଟି: ପଢନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

Advertisement

ନୂଆଦିଲ୍ଲୀ: କିଛି ଦିନ ମଧ୍ୟରେ ଆସିଯିବ ନୂଆବର୍ଷ । ୨୦୨୧ ସରିଯିବା ବେଳେ ୨୦୨୨ ଆସିବ । ଏହା ମଧ୍ୟରେ ସମସ୍ତେ ନିଜ ନିଜର ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କଲେଣି । ୨୦୨୨ରେ କେତେଦିନ ଛୁଟି ରହିବ ତାହା ମଧ୍ୟ ସମସ୍ତେ ଗଣିବା ଆରମ୍ଭ କଲେଣି । ତେବେ କହି ରଖିବାକୁ ଚାହିଁବୁ ୨୦୨୨ରେ ୪ଟି ଛୁଟି ରବିବାରରେ ପଡୁଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କର୍ମଚାରୀଙ୍କ ପାଇଁ ଛୁଟିର ତାଲିକା ଘୋଷଣା କରାଯାଇଛି । ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ଗାନ୍ଧୀ ଜୟନ୍ତୀ, ଏକ୍ସ ମାସ ଓ ଅନ୍ୟାନ୍ୟ ବିକଳ୍ପ ଛୁଟିକୁ ମିଶାଇ ସମୁଦାୟ ୧୪ଟି ଛୁଟି ମିଳିବ । ଏହି ଛୁଟି ଗୁଡିକ ମଧ୍ୟରୁ ହୋଲି ଓ ରାମନବମୀକୁ ବିକଳ୍ପ ଛୁଟି ଭାବରେ ଘୋଷଣା କରାଯାଇଥିବା ବେଳେ ବକରୀ ଇଦ୍, ଗାନ୍ଧୀ ଜୟନ୍ତୀ, ଇଦ ଏ ମିଲାଦ ଓ ଏକ୍ସମାସ ଛୁଟି ରବିବାରରେ ପଡୁଛି ।

ଏହା ସହିତ ମାର୍ଚ୍ଚ ଓ ଏପ୍ରିଲରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଲମ୍ବା ଛୁଟି ରହିବ ।୧ ମାର୍ଚ୍ଚ ୧୮ ତାରିଖରେ ହୋଲି ପଡୁଥିବା ବେଳେ ପରବର୍ତ୍ତୀ ଦୁଇ ଦିନ ଶନି ଓ ରବିବାର ରହୁଛି । ସେହିପରି ୧୪ ଏପ୍ରିଲରେ ମହାବୀର ଜୟନ୍ତୀ/ବୈଶାଖୀ/ ଆମ୍ବେଦକର ଜୟନ୍ତୀ ରହୁଥିବା ବେଳେ ୧୫ ତାରିଖରେ ଗୁଡ ଫ୍ରାଇଡେ ପଡୁଛି । ଏହାର ପରବର୍ତ୍ତୀ ଦୁଇ ଦିନ ଶନି ଓ ରବି ବାର ଥିବାରୁ ଲମ୍ବା ଛୁଟି ମିଳିପାରିବ ।

Get real time updates directly on you device, subscribe now.