fbpx

କୁଡିଆରେ ପଶି ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ କଲା ସେହି ଗାଁର ଯୁବକ

ପାଳଘର: ମହାରାଷ୍ଟ୍ରର ପାଳଘରରୁ ସାମନାକୁ ଆସିଛି ଏକ ହୃଦୟଥରା ଘଟଣା । ପ୍ରକୃତରେ ପାଳଘରର ଏକ ଗାଁରେ ଜଣେ ଆଦିବାସୀ ମହିଳା ନିଜ ଛୋଟ ପୁଅକୁ ଧରି ଶୋଇଥିବା ସମୟରେ ଗୋଟିଏ ଯୁବକ ତାଙ୍କ କୁଡିଆ ଭିତରେ ପଶି ଦୁଷ୍କର୍ମ କରିଛି । ଏହା ସହିତ ଏହି ଘଟଣା ବିଷୟରେ କାହାକୁ ନକହିବାକୁ ଧମକ ମଧ୍ୟ ଦେଇଛି । ବର୍ତ୍ତମାନ ଏହି ଘଟଣା ଉକ୍ତ ସ୍ଥାନରେ ଚର୍ଚ୍ଚାର ପରିସର ସାଜିଛି ।

ତେବେ ପାଳଘର ପୁଲିସ୍ ରବିବାର କହିଛି ଯେ, ଅଭିଯୁକ୍ତ ଜଣକ ପୀଡିତାଙ୍କ ଗାଁର ଜଣେ ଯୁବକ ହୋଇଥିବା ବେଳେ ତାକୁ ଗିରଫ କରାଯାଇଛି । ତେବେ ଘଟଣାକ୍ରମ ହେଉଛି, ଜୁନ୍ ୮ରୁ ୯ ତାରିଖ ମଧ୍ୟରେ ଏହି କାଣ୍ଡ ଘଟିଥିଲା । ଯେତେବେଳେ ମହିଳା ଜଣକ ନିଜ ପୁଅ ସହିତ କୁଡିଆରେ ଶୋଇଥିଲେ । ଏହି ସମୟରେ ମହିଳାଙ୍କ ସ୍ୱାମୀ ବାହାରକୁ କାମରେ ଯାଇଥିଲେ । ଆଉ ଏହାର ଫାଇଦା ଉଠାଇ ଆରୋପୀ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କରିଥିଲା ଏବଂ ଏହି ଘଟଣା ବାବଦରେ କାହାରି ଆଗରେ ମୁହଁ ନ ଖୋଲିବାକୁ ଧମକ ଦେଇଥିଲା ।

ବର୍ତ୍ତମାନ ପୁଲିସ୍ ଉକ୍ତ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଘଟଣାର ତଦନ୍ତ ଚଳାଇଛି । ଦୋଷୀ ହୋଇଥିଲେ ନିସ୍ତାର ମିଳିବନି ବୋଲି କହିଛି ପାଳଘର ପୁଲିସ୍ ।

Get real time updates directly on you device, subscribe now.