fbpx

ଭାଲୁ ଆକ୍ରମଣରୁ ବର୍ତ୍ତିଗଲେ ଯୁବକ : ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି

ନୀଳଗିରି : ରଖେ ହରି ତ ମାରେ କିଏ …..ଭାଲୁକୁ ଦେଖିଲେ ଲୋକେ ଭୟଭିତ ହୋଇଯାଆନ୍ତି । କିନ୍ତୁ ଏଠାରେ କିଛି ଅଲଗା ହୋଇଛି । ଭାଲୁ ସହ ଅଧଘଣ୍ଟା ଲଢି ୩ଟି ଭାଲୁର ଆକ୍ରମଣରୁ ଯୁବକ ବଞ୍ଚିଛନ୍ତି । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ନୀଳଗିରି ବ୍ଲକର ଜାମୁଡିହା ପଞ୍ଚାୟତ ଅନ୍ତର୍ଗତ କେଶୁରା ଗ୍ରାମରେ ଘଟିଥିବାର ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ସକାଳ ୫ଟା ସମୟରେ କେଶୁରା ଗ୍ରାମର ବାସିନ୍ଧା ଗଣିଆ ଦଳେଇଙ୍କ ପୁଅ ଭାସ୍କର ଦଳେଇ (ବୟସ ୫୫ ବର୍ଷ) ଶୌଚ ହେବା ପାଇଁ ଯାଉଥିଲେ । ଏତିକି ବେଳେ ମହାଦେବଙ୍କ ମନ୍ଦିର ସାମ୍ନାରେ ତିନୋଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ । ଏହି ସମୟରେ ସେ ବିଚଳିତ ନହୋଇ ଭଅଲୁ ସହ ଏକାକୀ ପ୍ରାୟ ଅଧଘଣ୍ଟା ସମୟ ପର୍ଯ୍ୟନ୍ତ ଲଢିଥିଲେ । ଏହି ଲଢେଇରେ ସେ ସଫଳ ହୋଇ ନିଜର ଜୀବନ ବଞ୍ଚାଇ ଘରକୁ ଦୌଡି ଆସିଥିଲେ ।

ପରବର୍ତ୍ତୀ ସମୟସ୍ପେରିବାର ଲୋକେ ଭାସ୍କରଙ୍କୁ କ୍ଷତାକ୍ତ ଦେଖି ନୀଳଗିରି ମେଡିକାଲରେ ଭର୍ତ୍ତି କରାଇଥିଲେ । ଭାସ୍କରଙ୍କ ମୁଣ୍ଡ ଓ ଦୁଇ ହାତରେ ଗଭୀର ଆଘାତ ଲାଗିଥିବାର ଜଣାପଡିଛି । ଯଦି ବ୍ୟକ୍ତି ଜଣକ ସେଠାରେ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିନଥାନ୍ତେ ତେବେ ସେଠାରେ ତାଙ୍କର ଜୀବନ ଚାଲିଯାଇଥାନ୍ତା ।

Get real time updates directly on you device, subscribe now.