ହଷ୍ଟେଲରେ ହେଲା ଗୁଳିମାଡ଼, ଅଜଣା ବ୍ୟକ୍ତିଙ୍କ ଗୁଳିରେ ଛାତ୍ର ମୃତ !
ବିଳମ୍ୱିତ ରାତିରେ ଛାତ୍ର ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ।
ବିହାର: ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ। ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ। ଦେହରେ ରହିଛି ଗୁଳିର ଚିହ୍ନ। ଗୁରୁବାର ବିଳମ୍ବିତ ରାତିରେ ଜଣେ ୨୧ ବର୍ଷୀୟ ଯୁବକଙ୍କୁ କେହି ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଘଟଣା ଶୁକ୍ରବାର ଦିନ ସକାଳୁ ସାମ୍ନାକୁ ଆସିଥିଲା। ହେଲେ ପୋଲିସ ପାଖରେ ଖବର ରାତି ପାଖାପାଖି ୩ ଟା ସମୟରେ ପହଞ୍ଚି ସାରିଥିଲା। ପୋଲିସ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଛାତ୍ରଙ୍କ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।
ହଷ୍ଟେଲରେ ଗୁଳିମାଡ଼: ହତ୍ୟାକାଣ୍ଡଟି ହେଉଛି ବିହାରର। ବିହାର ରାଜଧାନୀ ପାଟନାର ସଇଦପୁର ହଷ୍ଟେଲରେ ଗୁରୁବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। କେହି ଅଜଣା ଲୋକ ଗୁଳି କରି ହତ୍ୟା କରିବା ପରେ ସେଠାରୁ ଫେରାର ହୋଇଯାଇଛି।
ମୃତକଙ୍କ ନାମ ଚନ୍ଦନ, ସେ ନୱାଡା ଜିଲ୍ଲାର ୱାରିସାଲିଗଞ୍ଜ ବ୍ଲକର ବାସିନ୍ଦା। ସୂଚନା ମିଳିବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳ ଯାଞ୍ଚ କରିଥିଲା। ଏଏସ୍ପି ଝା କହିଛନ୍ତି ଯେ ମୃତକଙ୍କ ଶରୀରରେ ଗୁଳି ଚିହ୍ନ ମିଳିଛି।
ଫରେନସିକ୍ ଟିମର ଯାଞ୍ଚ: ମାମଲାର ଗମ୍ଭୀରତାକୁ ବିଚାର କରି, ପୋଲିସ ଘଟଣାସ୍ଥଳକୁ ଫୋରେନସିକ୍ ବିଶେଷଜ୍ଞଙ୍କୁ ଡକାଇ ପ୍ରମାଣ ସଂଗ୍ରହ କରିଥିଲା। ମୃତଦେହକୁ ହେପାଜତକୁ ନିଆଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।
ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଘଟଣାର ଗଭୀର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି ବୋଲି ଏଏସ୍ପି ଅତୁଲେଶ ଝା କହିଛନ୍ତି।
ଅଧିକାରୀମାନେ କହିଛନ୍ତି ଯେ ସୈଦପୁର ଛାତ୍ରାବାସ ପାଟନା ସହର ଅଞ୍ଚଳରେ ଅବସ୍ଥିତ ଏବଂ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବହୁ ସଂଖ୍ୟକ ଛାତ୍ର ଏଠାରେ ରୁହନ୍ତି। ଏହି ଘଟଣା ପରେ ହଷ୍ଟେଲରେ ରହୁଥିବା ଅନ୍ୟ ଛାତ୍ରମାନଙ୍କ ମଧ୍ୟରେ ଆତଙ୍କର ବାତାବରଣ ଦେଖାଦେଇଛି। ପୋଲିସ ମାମଲାର ସମସ୍ତ ଦିଗକୁ ତଦନ୍ତ କରୁଛି।