ଯୁବତୀଙ୍କୁ ଦୁଷ୍କର୍ମ କଲେ, ପରେ ଦେହରେ ନିଆଁ ଲଗେଇ ଅତି ନିର୍ମମ ଭାବେ ଜାଳି ମାରିଦେଲେ ଦୁଷ୍କର୍ମକାରୀ !

ଯୁବତୀଙ୍କୁ ଦୁଷ୍କର୍ମ ପରେ ପୋଡ଼ି ମାରିଦେଲେ। ଆଜି ବିଲରୁ ଉଦ୍ଧାର ହେଲା ଗଳିତ ମୃତଦେହ।

ତାଳଚେର: ତାଳଚେର ଅଞ୍ଚଳରେ ଚାଞ୍ଚଲ୍ୟ। ନିଖୋଜ ଯୁବତୀଙ୍କୁ ଦୁଷ୍କର୍ମ ପରେ ଦେହରେ ନିଆଁ ଲଗାଇ ଜାଳିଦେଲେ ଦୁଷ୍କର୍ମକାରୀ। ଗତ ୨୬ ତାରିଖରୁ ନିଖୋଜ ଥିଲେ। ହେଲେ ଆଜି ଯୁବତୀଙ୍କ ଗଳିତ ମୃତଦେହ ବିଲରୁ ଉଦ୍ଧାର ହେଲା।

ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ତାଳଚେର ବଅଁରପାଳ ବ୍ଲକ କୁସପଙ୍ଗା ଗାଁ ନିକଟରେ। ଏପ୍ରିଲ ୨୬ ତାରିଖରୁ ନିଖୋଜ ଥିଲେ କଣିହାଁ ବ୍ଲକ ଲୋଧାଝରି ଗାଁର ଯୁବତୀ। ୨୬ ତାରିଖ ଦିନ ତାଳଚେର ଷ୍ଟେସନରୁ ଅଟୋରୁ ବାହାରିଥିବାର ଲୋକ ଦେଖିଥିଲେ।

ହେଲେ ଅଟୋରୁ ବାହାରିବା ପରେ ଯୁବତୀ ଜଣକ ଆଉ ଘରକୁ ଫେରି ନ ଥିଲେ। ପରେ ଝିଅ ତାଳଚେର ରେଲଓ୍ୱେ ଷ୍ଟେସନ ଥାନାରେ ନିଖୋଜ ଏତଲା ହୋଇଥିଲା। ହେଲେ ଝିଅର କୌଣସି ସୁରାକ ମିଳି ନ ଥିଲା।

କିନ୍ତୁ ଆଜି ଗାଁ ନିକଟର କେନାଲ ପାଖ ବିଲରେ ଝିଅର ଗଳିତ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା। ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ କରୁଛି। ହେଲେ ପରିବାର ଲୋକ ଅଭିଯୋଗ କରିଛନ୍ତି କି ତାଙ୍କ ଝିଅକୁ ଦୁଷ୍କର୍ମ କରାଯାଇଛି।

କେବଳ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଛି, ତାହା ନୁହେଁ, ବରଂ ଦୁଷ୍କର୍ମ ପରେ ଝିଅ ଦେହରେ ନିଆଁ ଲଗାଇ ପୋଡ଼ି ଜାଳି ମାରିଦେଇଛନ୍ତି ବୋଲି ପରିବାର ଲୋକେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ହେଲେ ଏବେସୁଦ୍ଧା କୌଣସି ଅଭିଯୁକ୍ତ ଧରା ପଡିନାହାନ୍ତି। କିମ୍ୱା ସମ୍ପୂର୍ଣ୍ଣ ସତ ସାମ୍ନାକୁ ଆସିନାହିଁ।