fbpx
BSKY
BJD SHG SKY
BJD YOUTH SKY

ନିଜ ଭାଇକୁ ହତ୍ୟା କରି ଫ୍ରିଜରେ ଲୁଚାଇ ଦେଲା ବଡ଼ଭାଇ, ଲୁଟିନେଲା ଟଙ୍କା-ସୁନା

ରାଜଧାନୀ ଦିଲ୍ଲୀରୁ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏଠାରେ ଲୁଟ୍ ଉଦ୍ଦେଶ୍ୟରେ ନିଜ ସାନ ଭାଇକୁ ହତ୍ୟା କରି ମୃତଦେହକୁ ଫ୍ରିଜ୍ ରଖିଦେଇଥିଲା ବଡ଼ଭାଇ । ଘଟଣା ଜାଣିବା ପରେ ପୋଲିସ ତନାଘନା ଆରମ୍ଭ କରଥିଲା । ଏହି ମାମଲାରେ ପୋଲିସ ଅଭିଯୁକ୍ତ ବଡ଼ ଭାଇ ସହ ଅନ୍ୟ ଜଣକୁ ଗିରଫ କରିଛି ।

ପୋଲିସର ସୂଚନା ଅନୂଯାୟୀ, ୨୨ ଜୁଲାଇରେ ଦିଲ୍ଲୀ ସୀଲମପୁର ଅଞ୍ଚଳରେ ୫୦ ବର୍ଷୀୟ ଜାକିରଙ୍କ ମୃତଦେହ ଘରର ଫ୍ରିଜ୍ ରୁ ଉଦ୍ଧାର ହୋଇଥିଲା । ଏହି ମାମଲାରେ ପୋଲିସ ଯାଞ୍ଚ କରିବା ସହ ଜାକିରଙ୍କ ବଡ଼ଭାଇ ୫୫ ବର୍ଷୀୟ ଆବିଦ ହୁସୈନଙ୍କ ଏବଂ ୨୫ ବର୍ଷୀୟ ଜାହିଦଙ୍କୁ ଗିରଫ କରିଛି ।

ପଚରାଉଚରା ସମୟରେ ଉଭୟ ସତମାନିଥିଲେ ଏବଂ କହିଥିଲେ ଯେ ଜାକିର ଘରେ ଅଧିକ କ୍ୟାଶ୍ ରଖିଥିଲେ । କ୍ୟାଶ ଲୁଟିବା ଉଦ୍ଦେଶ୍ୟରେ ଘରକୁ ଯାଇ ଲୁହାର ହାତୁଡିରେ ଜାକିରଙ୍କ ମୁଣ୍ଡକୁ ଆଘାତ କରି ହତ୍ୟା କରିଥିଲେ ଏବଂ ପରେ କ୍ୟାଶ ଏବଂ ସୁନା ଲୁଟ୍ କରିଥିଲେ । ଏହାପରେ ମୃତଦେହକୁ ଫ୍ରିଜ୍ ରେ ରଖି ଫେରାର ହୋଇଯାଇଥିଲେ ।

Get real time updates directly on you device, subscribe now.