fbpx

‘ସେକ୍ସ ରାକେଟରେ ଫସିଛି ଆପଣଙ୍କ ଝିଅ’; ଏହା ଶୁଣି ଆଖିବୁଜିଲା ମା’, ପୋଲିସ ଫଟୋ ରଖି କଲ୍ କରୁଛନ୍ତି ସାଇବର ଠକ

'ତାଙ୍କୁ ଗିରଫ କରାଯାଇଛି କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇନାହିଁ, ଯଦି ଆପଣ ନିଜ ଝିଅ ଓ ପରିବାରକୁ ମାନହାନିରୁ ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ଏକ ଲକ୍ଷ ଟଙ୍କା ଦିଅନ୍ତୁ, ନଚେତ୍ ଫଟୋ ଭାଇରାଲ ହୋଇଯିବ...'

ନୂଆଦିଲ୍ଲୀ: ଆଗ୍ରାରେ ଡିଜିଟାଲ ଆରେଷ୍ଟର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଶିକ୍ଷୟିତ୍ରୀଙ୍କୁ ମିଛ ଧମକ ଦେଇଥିଲା ସାଇବର ଠକ। ଧମକ ଶୁଣି ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ସେକ୍ସ ରାକେଟରେ ତାଙ୍କ ଝିଅ ଫସିଥିବା ଶିକ୍ଷୟିତ୍ରୀଙ୍କୁ କହିଥିଲା ଅଭିଯୁକ୍ତ। ଏହା ଶୁଣି ଶିକ୍ଷୟିତ୍ରୀଙ୍କୁ ହୃଦଘାତ ହୋଇଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ଆଗ୍ରାର ସୁବାସ ନଗରରେ ଏପରି ଘଟଣା ସାମ୍ନାକୁ ଆସିଛି । ମୃତ ଶିକ୍ଷୟିତ୍ରୀ ଜଣକ ମାଳତୀ ବର୍ମା, ସେ ଆଚନେରା ସରକାରୀ ବାଳିକା କନିଷ୍ଠ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ। ଘଟଣାଟି ସେପ୍ଟେମ୍ବର ୩୦ ତାରିଖରେ ଘଟିଛି। ସେପ୍ଟେମ୍ବର ୩୦ ତାରିଖରେ ସେ ସ୍କୁଲରେ ପାଠ ପଢ଼ାଉଥିବା ବେଳେ ତାଙ୍କ ମୋବାଇଲକୁ ଏକ କଲ୍ ଆସିଥିଲା। ଯେଉଁ ନମ୍ବରରୁ କଲ୍ ଆସିଥିଲା, ସେଠାରେ ପୋଲିସ ପୋଷାକରେ ଫଟୋ ଥିଲା।

ଫୋନ୍ କରିଥିବା ବ୍ୟକ୍ତି ଶିକ୍ଷୟିତ୍ରୀଙ୍କୁ କହିଥିଲେ ଯେ ଆପଣଙ୍କ ଝିଅ ସେକ୍ସ ରାକେଟରେ ଫସିଯାଇଛି। ତାଙ୍କୁ ଗିରଫ କରାଯାଇଛି କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇନାହିଁ। ଯଦି ଆପଣ ନିଜ ଝିଅ ଓ ପରିବାରକୁ ମାନହାନିରୁ ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ଏକ ଲକ୍ଷ ଟଙ୍କା ଦିଅନ୍ତୁ । ନଚେତ୍ ଝିଅର ଫଟୋ ଭାଇରାଲ ହୋଇଯିବ।

ସେକ୍ସ ରାକେଟରେ ନିଜ ଝିଅ ଫସିଥିବା ଖବର ପାଇବା ମାତ୍ରେ ଶିକ୍ଷୟିତ୍ରୀ ଅବାକ୍ ହୋଇଯାଇଥିଲେ। ସେ ଅପମାନର କଥା ସହି ପାରିନଥିଲେ ଏବଂ ଏହା ସହିତ ତାଙ୍କୁ ହୃଦଘାତ ହୋଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଖବର ମିଳିବା ମାତ୍ରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଛି, କିନ୍ତୁ ଅଭିଯୁକ୍ତଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ବୋଲି ପୋଲିସ କହିଛି।

Get real time updates directly on you device, subscribe now.