ଚନ୍ଦାପଣରୁ ମିଳିବ ମୁକ୍ତି, ଘରେ ତିଆରି କରି ଲଗାନ୍ତୁ ଏହି ଔଷଧୀୟ ତେଲ
ଆଉ ଝଡ଼ିବନି ଚୁଟି, ତିଆରି କରି ଲଗାନ୍ତୁ ଏହି ତେଲ
ଓଡିଶାଭାସ୍କର: ଚୁଟିର ଯତ୍ନ ନେବା ପରେ ମଧ୍ୟ କେତେକ ସମୟରେ ଏହା ଝଡ଼ିବା ବନ୍ଦ ହୁଏ ନାହିଁ। ଏହା ଏତେ ମାତ୍ରାରେ ଝଡିଥାଏ ଯେ, ମଣିଷ ଚନ୍ଦା ହୋଇଯାଏ। ଯଦି ଆପଣ ଏହି ସମସ୍ୟା ପାଇଁ ଚିନ୍ତିତ, ତେବେ ଏହିପରି ଭାବେ ଘରେ ତେଲ ତିଆରି କରି ନିଶ୍ଚୟ ଲଗାନ୍ତୁ।
ଏହି ତେଲ ଲଗାଇବା ଦ୍ୱାରା ଆପଣଙ୍କ ଚୁଟି ଘନ ଏବଂ କଳା ରହିବ। ତେବେ ଆସନ୍ତୁ ଜାଣିବା ଏହି ଔଷଧୀୟ ତେଲକୁ ଆପଣ କିପରି ତିଆରି କରିବେ।
ଏହାକୁ ତିଆରି କରିବା ପାଇଁ ଆପଣଙ୍କୁ 250 ଗ୍ରାମ ନଡ଼ିଆ ତେଲ, 12 ରୁ 15 ଭୃସଙ୍ଗ ପତ୍ର, 2 ଚାମଚ ମେଥି ଦାନା ଏବଂ ମନ୍ଦାରଫୁଲ ଆବଶ୍ୟକ। ଏହି ତେଲ ତିଆରି କରିବା ପାଇଁ, ପ୍ରଥମେ ତେଲକୁ ଗରମ କରନ୍ତୁ। ତା ପରେ ସେହି ଗରମ ତେଲରେ ଭୃସଙ୍ଗ ପତ୍ର ଏବଂ ମନ୍ଦାରଫୁଲ ପକାନ୍ତୁ। ତେଲ ଟିକେ ଫୁଟିଗଲା ପରେ ତେଲକୁ ଗ୍ୟାସ ଉପରୁ କାଢି ସେଥିରେ ମେଥି ଦାନା ମିଶାନ୍ତୁ। ତାପରେ ତେଲକୁ ଥଣ୍ଡା ହେବାକୁ ଦିଅନ୍ତୁ। ତେଲ ଥଣ୍ଡା ହେବା ପରେ, ଏହାକୁ ଛାଣି ଏକ ବୋତଲରେ ରଖି ଲଗାନ୍ତୁ। ଏହା ଲଗାଇବା ଦ୍ୱାରା ଚୁଟି ବଢିବା ସହିତ ଆଉ ଝଡିବନି।
କିପରି ବ୍ୟବହାର କରିବେ: କ୍ୟାଲସିୟମ, ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟିସେପ୍ଟିକ୍ ଗୁଣ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣରେ ଭରପୂର ଏହି ତେଲ ମୁଣ୍ଡରେ ଲଗାଇବା ଦ୍ୱାରା କେଶ ବୃଦ୍ଧି ଭଲ ହୁଏ। ଏହାକୁ ସପ୍ତାହରେ ଦୁଇଥର ମୁଣ୍ଡରେ ଲଗାଇ ଧୋଇବା ଉଚିତ।