fbpx

ଅଣ୍ଟା ସାଇଜରୁ ଜାଣନ୍ତୁ ଆପଣଙ୍କୁ ହାର୍ଟ ଆଟାକ୍ ଓ ହାଇବେଟିସର ବିପଦ ନାହିଁ ତ? କ’ଣ କହୁଛନ୍ତି ଡାକ୍ତର

Advertisement

କରୋନା ପରେ ହାର୍ଟ ଆଟାକର ବଢ଼ୁଥିବା ମାମଲା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । କିଶୋରମାନଙ୍କଠାରେ ହାର୍ଟ ଆଟାକର ମାମଲା ମଧ୍ୟ ଦେଖାଯାଉଛି, ଯେଉଁ କାରଣରୁ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ଯଦିଓ ଅଧିକାଂଶ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଥିପାଇଁ ଜୀବନଶୈଳୀକୁ ଦାୟୀ କରନ୍ତି ।

ଶରୀରରେ ଜମା ହୋଇଥିବା ଚର୍ବି ହାର୍ଟ ଆଟାକ ହେବାର ସଙ୍କେତ ହୋଇଥାଏ । ଆପଣ ମୋଟାପଣରୁ ଶିକର ହୋଇଛନ୍ତି କି ନାହିଁ, ତାହାକୁ ବିଏମଆଇ ଚେକ୍ କରି ଡାକ୍ତରମାନେ ଜାଣିପାରନ୍ତି । ଯଦିଓ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଅଣ୍ଟା ସାଇଜରୁ ଆପଣଙ୍କ ହାର୍ଟ ଆଟାକ ବିପଦକୁ ଜାଣିବା ଏକ ଉତ୍ତମ ଉପାୟ ।

ଆପଲ୍ ସେପ୍ ଲୋକମାନଙ୍କୁ ଅଧିକ ବିପଦ :-
ଅଣ୍ଟାର ଆକାର ଏବଂ ହୃଦରୋଗର ବିପଦ ମଧ୍ୟରେ ସଂଯୋଗ ଉପରେ ଅନେକ ଅଧ୍ୟୟନ କରାଯାଇଛି । ଏହା ମଧୁମେହ ହେବାର ଆଶଙ୍କା ବୋଲି ମଧ୍ୟ ବିବେଚନା କରାଯାଏ । ବିଶେଷଜ୍ଞମାନଙ୍କ ମତରେ, ଯେଉଁମାନଙ୍କର ଆପଲ୍ ଆକୃତିର ଶରୀର ଅଛି ଏବଂ ପେଟରେ ଚର୍ବି ରହିଛି, ସେମାନଙ୍କଠାରେ ହୃଦଘାତ, ଟାଇପ୍-୨ ମଧୁମେହ ଏବଂ ଅକାଳ ମୃତ୍ୟୁ ହେବାର ଆଶଙ୍କା ଅଧିକ ଥାଏ । ଯେଉଁମାନଙ୍କର ଓଜନ ହିପ୍ସ ଓ ଜଙ୍ଘ ଆଡକୁ ଅଧିକ ରହିଥାଏ, ସେମାନଙ୍କଠାରେ ଏହାର ବିପଦ କମ୍ ଥାଏ ।

କେତେ ଅଣ୍ଟା ସାଇଜର ଲୋକଙ୍କୁ ରହିଛି ବିପଦ :-
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ, ଯେଉଁ ପୁରୁଷମାନଙ୍କର ଅଣ୍ଟା ସାଇଜ ୯୪ ସେମିରୁ ଏବଂ ମହିଳାମାନଙ୍କର ୮୦ ସେମିରୁ ଅଧିକ, ସେମାନଙ୍କଠାରେ ହାର୍ଟ ସହିତ ଜଡ଼ିତ ରୋଗ ଯଥା ଷ୍ଟ୍ରୋକ ଭଳି ହାର୍ଟ ଆଟାକ ହେବାର ଆଶଙ୍କା ଅଧିକ ଥାଏ । ୧୦୨ ସେମି ଏବଂ ୮୮ ସେମିରେ ପହଞ୍ଚିବା ପରେ ଏହି ବିପଦ ବହୁତ ବଢ଼ିଯାଏ ।

ସୁସ୍ଥ ରହିବାର ଉପାୟ କ’ଣ?
ଡାକ୍ତରମାନଙ୍କ ମତରେ, ପେଟର ଚର୍ବି ହ୍ରାସ କରିବାର ସର୍ବୋତ୍ତମ ଉପାୟ ହେଉଛି ସୁସ୍ଥ ଖାଦ୍ୟ ଏବଂ ବ୍ୟାୟାମ । ଅଧିକାଂଶ ସ୍ୱାସ୍ଥ୍ୟ ବିଶେଷଜ୍ଞ ଦିନକୁ ୩୦ ମିନିଟ୍ ପାଇଁ ଶୀଘ୍ର ଚାଲିବାକୁ ପରାମର୍ଶ ଦିଅନ୍ତି । ମୋଟାପଣ ଏହି ସବୁ ରୋଗରେ ଏକ ବଡ଼ କାରଣ । ଏମାନଙ୍କ ବ୍ୟତୀତ ସିଗାରେଟ୍, ମଦ୍ୟପାନ ଏବଂ ଚାପ ଇତ୍ୟାଦି ରୋଗର ଆଶଙ୍କାକୁ ମଧ୍ୟ ବଢ଼ାଇଥାଏ ।

Get real time updates directly on you device, subscribe now.