fbpx

ସାମାନ୍ୟ କଥାକୁ ନେଇ ଗାଳି ଗୁଲଜ, ଉତ୍ୟକ୍ତ ଯୁବକ ଘଟାଇଲେ ରକ୍ତାକ୍ତ କାଣ୍ଡ: ଯୁବକକୁ ମାଡମାରି ତଣ୍ଟି କାଟିଦେଲେ

ଡେଲାଙ୍ଗ (ଭାସ୍କର ନ୍ୟୁଜ): ଡେଲାଙ୍ଗ ଥାନା ଅର୍ନ୍ତଗତ ପ୍ରହରାଜପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଦୃର୍ବୃର୍ତ୍ତ ପ୍ରହରାଜପୁର ଗ୍ରାମର ମଙ୍ଗୁ ସାହୁକୁ ଗ୍ରାମ ପୋଖରୀ ତୁଠରେ ମାଡମାରିବା ସହିତ ଧାରୁଆ ଅସ୍ତ୍ରରେ ତଣ୍ଟି କୁ କାଟି ଆକ୍ରମଣ କରିବା ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ମିଳଥିବା ସୁଚନା ମୁତାବକ ପ୍ରହରାଜପୁର ଗ୍ରାମର ମଙ୍ଗୁ ସାହୁ  ଗ୍ରାମ ପୋଖରୀକୁ ଗାଧେଇବାକୁ ଯାଉଥିବା ବେଳେ ସେହି ଗ୍ରାମର ବୁଲୁ ଓରଫ ମୁରଲୀ ବେହେରା ତାଙ୍କୁ ଗାଳି ଗୁଲଜ ସହ କଥାକଟା କଟି ହୋଇଥିଲା। ବୁଲୁ ଅଧିକ ରାଗି ଯିବାରୁ ମଙ୍ଗୁକୁ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ମାଡମାରୀ ଛୁରୀରେ ତଣ୍ଟିକାଟି ଆକ୍ରମଣ କରିଥିଲା ଏନେଇ ମଙ୍ଗୁଙ୍କ ମାମୁଁ ପୁଅ ପ୍ରହରାଜପୁର ଗ୍ରାମର ଶଙ୍କର୍ଷଣ ସାହୁ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରୁ ଗୁରୁତର ଆହତ ହୋଇଥିବା ମଙ୍ଗୁକୁ ପ୍ରଥମେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଚିକିତ୍ସା ପାଇଁ ନିଆଯାଇଥିବା। ସେଠାରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ ।

ଶଙ୍କର୍ଷଣଙ୍କ ଅଭିଯୋଗ ମୁତାବକ ଡେଲାଙ୍ଗ ଥାନାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଡେଲାଙ୍ଗ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରୀ ରଖିଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଯୁବକଟି ନିଶାସକ୍ତ ଅବସ୍ଥାରେ ବାରମ୍ବାର ଏଭଳି ଜଘନ୍ୟ କାଣ୍ଡ କରୁଥିବା ବେଳେ ଅଭିଯୁକ୍ତ ଜଣକ ୬ମାସ ତଳେ ଜଣେ ଯୁବକକୁ ଗୁରୁତର ଆକ୍ରମଣ କରି ଜେଲରୁ ଘରକୁ ଜାମିନୀରେ ଆସିଛି । ତେବେ ଦୁଃଖର ବିଷୟ ଡେଲାଙ୍ଗ ଥାନା ଅଂଚଳରେ ଯୁବ ଗୋଷ୍ଠି ଏବେ ନିଶା କବଳରେ ରହୁଥିବା ବେଳେ ସାଧାରଣ ଜୀବନ ଚଳ ପ୍ରଚଳ ପ୍ରତି ବିଦ ଆଣିଦେଇଛି । ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବା ପାଇଁ ବୁଦ୍ଧିଜିବୀ ମହଲରେ ଦାବୀ ଜୋର ଧରିଛି ।

Get real time updates directly on you device, subscribe now.