fbpx

Zika Virus: ଆଇସୋଲେସନରେ ରହିବେ ଜିକା ଭାଇରସ୍ ସଂକ୍ରମିତ, ହେବ କଣ୍ଟେନମେଣ୍ଟ ଜୋନ୍

ଲଖନଉ: କରୋନା ଭାଇରସ୍ ପରେ ଏବେ ଦେଶକୁ ଡରାଇଲାଣି ଜିକା ଭାଇରସ୍ । ଦେଶର ବିଭିନ୍ନ ରାଜ୍ୟରେ ଜିକା ଭାଇରସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ କାନପୁର ପରେ ଏବେ ରାଜଧାନୀ ଲଖନଉରେ ଜିକା ଭାଇରସ୍ ର ତିନିଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶନିବାର ରାଜଧାନୀର ସ୍ମାର୍ଟ ସିଟି ସଭାଘରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିକା ସଂକ୍ରମଣକୁ ରୋକିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ କରୋନା ପରି ଜିକା ଭୁତାଣୁ ସଂକ୍ରମିତ ରୋଗୀଙ୍କୁ ଆଇସୋଲେଟ୍ କରିବା ଏବଂ ରୋଗୀ ଚିହ୍ନଟ ହୋଇଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କଣ୍ଟେନମେଣ୍ଟ ଜୋନ୍ ରେ ଗର୍ଭବତୀ ମହିଳାଙ୍କ ପରୀକ୍ଷା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ୧୦୦ ଟି ଟିମ୍ କଣ୍ଟେନମେଣ୍ଟ ଜୋନ୍ ରେ ଅବସ୍ଥାପିତ ହେବେ । ଏହି ଟିମ୍ ଯାହା ସକାଳ ୮ ଟାରୁ ସନ୍ଧ୍ୟା ୪.୩୦ ପର୍ୟ୍ୟନ୍ତ ରହିବେ । ଅପରାହ୍ନ ୫ ଟାରେ ସିଏଚସିରେ ପହଞ୍ଚିବେ । ଜିଲ୍ଲା ମାଜିଷ୍ଟ୍ରେଟ୍ ଦିନିକିଆ ରିପୋର୍ଟକୁ କ୍ୟାମ୍ପ ଅଫିସରେ ପ୍ରଦାନ କରିବେ। ରାଜଧାନୀର ଆଠଟି ଡାକ୍ତରଖାନାରେ ଜିକା ୱାର୍ଡ ପ୍ରସ୍ତୁତ କରାଯାଇଛି।

Get real time updates directly on you device, subscribe now.