fbpx

ଜିଲ୍ଲା ପରିଷଦ ପାଇଁ ନାମାଙ୍କନ କରିଥିବା ପ୍ରାର୍ଥୀ ନିଖୋଜ

ମାଲକାନଗିରି(ଓଡ଼ିଶା ଭାସ୍କର): ରାଜ୍ୟରେ ନିର୍ବାଚନୀ ବିଗୁଲ ବାଜି ସାରିଥିବା ବେଳେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାରି ମଧ୍ୟରେ ମାଲକାନଗିରିରେ ଜିଲ୍ଲା ପରିଷଦ ପାଇଁ ନାମାଙ୍କନ କରିଥିବା ଜଣେ ପ୍ରାର୍ଥୀ ନିଖୋଜ ହୋଇଥିବା ଘଟଣା ସାମ୍ନାକୁ ଆସିଛି । କାଲିମେଳା ଜିଲ୍ଲା ପରିଷଦ ଜୋନ ୨ର ପ୍ରାର୍ଥୀ ରୀନା କବାସି ନିଖୋଜ ହୋଇଛନ୍ତି । ରୀନାଙ୍କ ନିଖୋଜ ନେଇ ଥାନାରେ ଜିଲ୍ଲା ବିଜେପି ସଭାପତି ଅଭିଯୋଗ କରିଛନ୍ତି ।

ତେବେ ବିଜେପି ପକ୍ଷରୁ ରୀନା କବାସି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଗତକାଲିଠାରୁ ରୀନାଙ୍କର କୌଣସି ଖବର ମିଳିନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଚୂଡ଼ାନ୍ତ ତାଲିକାରେ ରୀନା କବାସିଙ୍କ ନାଁ ମଧ୍ୟ ନାହିଁ । ନିଖୋଜ ପୂର୍ବରୁ ରୀନା କବାସି ନାମାଙ୍କନ ପ୍ରତ୍ୟାହାର କରିଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.