fbpx

ଜୋମାଟୋର ସିଇଓ ବି ବାଇକ ଧରି ଡେଲିଭରୀ କରନ୍ତି ଖାଦ୍ୟ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଫୁଡ୍ ଡେଲିଭରୀ ମାମଲାରେ ସଂପ୍ରତି ଭାରତରେ ଏକ ନମ୍ବର ନେଟଓ୍ଵର୍କ ହେଉଛି ଜୋମାଟୋ। ଆପଣ କେବେ ଚିନ୍ତା କରିନଥିବେ ଯେ ଏତେ ବଡ କମ୍ପାନିର ମାଲିକ ବି ମୋଟର ସାଇକେଲରେ ଫୁଡ ଡେଲିଭରୀ କରିବାକୁ ଯାଇ ପାରନ୍ତି। ନୌକରୀ ଡଟ୍ କମର ସଂସ୍ଥାପକ ସଞ୍ଜୀବ ବିଖଚନ୍ଦାନୀ କହିଛନ୍ତି, ଜୋମାଟୋର ସିଇଓ ଦୀପିନ୍ଦର ଗୋଏଲ ତିନି ମାସରେ ଅତି କମରେ ଥରୁଟିଏ କମ୍ପାନିର ଲାଲ ଟିସାର୍ଟ ପିନ୍ଧି ବାଇକ ଧରି ଖାନା ଡେଲିଭରୀ କରିବାକୁ ଯାଆନ୍ତି। ଆଉ ଏହି କଥା ଖୋଦ୍ ଗୋଏଲ ତାଙ୍କୁ କହିଥିବା ସଞ୍ଜୀବ କହିଛନ୍ତି।

ସେ ଟୁଇଟ୍ କରି କହିଛନ୍ତି, ଆମର ସାକ୍ଷାତ ଦୀପିନ୍ଦର ଗୋଏଲ ତଥା ଜୋମାଟୋର ସିଇଓଙ୍କ ସହ ହୋଇଥିଲା। ସେଠାରେ ମୁଁ ଜାଣିବାକୁ ପାଇଥିଲି ଯେ, ଦୀପିନ୍ଦର ଖୋଦ୍ ଲାଲ ଟି ସାର୍ଟ ପିନ୍ଧି ବାକଇ ଧରି ପ୍ରତି ତିନି ମାସରେ ଥରୁଟିଏ ଖାଦ୍ୟ ଡେଲିଭରୀ କରିବାକୁ ଯାଆନ୍ତି। ସଞ୍ଜୀବ କହିଛନ୍ତି, କେହି ବି ଦୀପିନ୍ଦରଙ୍କୁ ଚିହ୍ନି ପାରନ୍ତି ନାହିଁ। ତିନି ବର୍ଷ ହେବ ଏମିତି ନିୟମିତ କରି ଆସୁଛନ୍ତି ଜୋମାଟୋର ସିଇଓ। ଏ ପର‌୍ୟ୍ୟନ୍ତ ତାଙ୍କୁ କେହି ଚିହ୍ନି ପାରି ନାହାନ୍ତି।

ସଞ୍ଜୀବ ବିଖଚନ୍ଦାନୀଙ୍କ ଏହି ଟୁଇଟ୍ ପରେ ଲୋକେ ଗୋଏଲଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି ଗ୍ରାହକ ଏବଂ ବିଜନେସ୍ ପାଟର୍ନରକୁ ବୁଝିବାର ଏହାଠୁ ଆଉ ଭଲ ଉପାୟ ହୋଇନପାରେ। ଗ୍ରାହକ ଏବଂ ଡେଲିଭରୀ ବୟଙ୍କ ସମସ୍ୟା ବି ଏଥିରୁ ଜଣା ପଡିଥାଏ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଏହା ବହୁତ ଭଲ ପଦକ୍ଷେପ। ଡେଲିଭରିଂ ପାର୍ଟନରଙ୍କ ଦୁଃଖକୁ ବୁଝିବାର ଏହା ହେଉଛି ସବୁଠୁ ଭଲ ଉପାୟ।

ଜୋମାଟୋର ସିଇଓ ଏମିତି ପ୍ରଥମ ବ୍ୟବସାୟୀ ନୁହନ୍ତି ଯିଏ ଜଣେ ସାଧାରଣ କର୍ମଚାରୀଙ୍କ ପରି କାମରେ ଯାଇଥାନ୍ତି। ଏହା ପୂର୍ବରୁ ଚଳିତ ବର୍ଷ ଉବର ଇଣ୍ଡିଆ ଆଣ୍ଡ ସାଉଥ ଏସିଆର ଅଧ୍ୟକ୍ଷ ପ୍ରଭଜିତ ସିଂହ ମଧ୍ୟ ଏହି ଶୈଳୀରେ ଗାଡି ନେଇ ଯାତ୍ରୀଙ୍କୁ ନେବାକୁ ଯାଇଥିଲେ। ସେ ଯାତ୍ରୀଙ୍କ ଅନୁଭବ ବିଷୟରେ ଜାଣିବାକୁ ଚାହୁଁଥିଲେ।

Get real time updates directly on you device, subscribe now.