BLOGTOP STORIES

ଘରର କେଉଁ ଦିଗରେ ଆଲମାରୀ ରଖିଲେ, ବୃଦ୍ଧି ହୁଏ ଧନ

ରୋଜଗାର ଥାଇ ମଧ୍ୟ ଯଦି ଆପଣଙ୍କ ଜୀବନରେ ଧନର ଅଭାବ ରହିଥାଏ ବା ନିଅଣ୍ଟ ହୁଏ, ତାହେଲେ ଏହାର କାରଣ ଆପଣଙ୍କ ସିନ୍ଦୁକ ବା ଆଲମାରୀର ରହିବାର ଭୁଲ ଦିଗ ହୋଇଥାଏ ପାରେ ।

ବାସ୍ତ୍ରୁଶାସ୍ତ୍ର ଅନୁଯାୟୀ ଘରର ଭୁଲ ଦିଗରେ ଆଲମାରୀ ରହିବା ଦ୍ବାରା ଏହାର ପ୍ରଭାବ ଘରର ମୁରବୀଙ୍କ ରୋଜଗାର ଉପରେ ପଡିଥାଏ । ଫଳରେ ଧନର ବୃଦ୍ଧି ହୋଇନଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଦିଗରେ ଆରମାରୀ ରଖିବା ଫଳପ୍ରଦ ହୋଇଥାଏ ।

ଟଙ୍କା ଓ ଗହଣା ଆଲମାରୀକୁ ଘରର ଦକ୍ଷିଣ ପଟ କାନ୍ଥକୁ ଲଗାଇ ରଖନ୍ତି, ତେବେ ଏହା ଶୁଭ ଅଟେ । ଏହା ଦ୍ବରା ଆଲମାରୀର ମୁହଁ ଉତ୍ତର ପଟକୁ ଖୋଲିବ । ଏହି ଦିଗରେ ଧନର ଦେବତା କୁବେର ଥାଆନ୍ତି । ଫଳରେ ଉତ୍ତର ଦିଗରେ ଆଲମାରୀର ମୁହଁ ଖୋଲିବା ଦ୍ବାରା ଧନ ଓ ଗହଣାର ବୃଦ୍ଧି ହୋଇଥାଏ ।

ବାସ୍ତ୍ରୁଶାସ୍ତ୍ରରେ ପୂର୍ବ ଦିଗକୁ ଉନ୍ନତିର ଦିଗ ବୋଲି କୁହାଯାଇଛି । ଏହି ଦିଗର ସ୍ବାମୀ ଦେବତାମାନଙ୍କ ରାଜା ଇନ୍ଦ୍ର ଅଟନ୍ତି । ଯେଉଁମାନେ ଧନ ସମ୍ପତ୍ତିର ବୃଦ୍ଧି ପାଇଁ ଆଶା ରଖୁଛନ୍ତି, ସେମାନେ ବାସ୍ତ୍ରୁଶାସ୍ତ୍ରକୁ ପଶ୍ଚିମ କାନ୍ଥରେ ଲଗାଇ ରଖନ୍ତୁ । ଏହାଦ୍ବାରା ଆଲମାରୀର ମୁହଁ ପୂର୍ବ ଦିଗକୁ ଖୋଲିବ ଏବଂ ଦେବରାଜଙ୍କ କୃପାଦୃଷ୍ଟି ସବୁବେଳେ ଆପଣଙ୍କ ଉପରେ ରହିବ ।

ଯଦି ଆପଣଙ୍କ ଆଲମାରୀର ମୁହଁ ଦକ୍ଷିଣ ଦିଗକୁ ଖୋଲୁଛି, ତେବେ ଶୀଘ୍ର ଏହାର ସ୍ଥାନ ପରିବର୍ତ୍ତନ କରନ୍ତୁ । ଦକ୍ଷିଣ ଦିଗର ସ୍ବାମୀ ଜମ ଅଟନ୍ତୁ । ଏହି ଦିଗରେ ଆଲମାରୀ ଖୋଲିବା ଦ୍ବାରା ରୋଗ ଏବଂ ଅନ୍ୟ ଜିନିଷ ଉପରେ ଧନର ବ୍ୟୟ ବଢିଯାଏ । ଏହି ଦିଗରେ ଧନ ରଖିବା ଦ୍ବାରା ଧନର ହାନି ହୋଇଥାଏ ।

Show More

Related Articles

Leave a Reply

Your email address will not be published. Required fields are marked *

Close